jayashree

ମୟୂର ଉଡ଼ାନ କେନ୍ଦ୍ର କୈବର୍ତ୍ତ ସମାଜର ତୃତୀୟ ବାର୍ଷିକ ଉତ୍ସବ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲାର ମୟୂର ଉଡ଼ାନ ଗ୍ରାମରେ ମୟୂରଉଡ଼ାନ କେନ୍ଦ୍ର କୈବର୍ତ୍ତ ସମାଜ ପକ୍ଷରୁ ତୃତୀୟ ବାର୍ଷିକ ଉତ୍ସବ ଉତ୍ସାହ ଓ ଉଦ୍ଦିପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ପାରମ୍ପରିକ ଯୁଗାର ଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥିଲା । ଉତ୍ସବରେ ସମାଜର ଏକତା, ଶିକ୍ଷାର ପ୍ରସାର ଓ ପରମ୍ପରା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା କୈବର୍ତ୍ତ ସମାଜର ସଭାପତି ପବିତ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାରାୟଣ ଦଣ୍ଡସେନା ମୁଖ୍ୟବକ୍ତା ଓ ଅନ୍ୟବକ୍ତା ଭାବେ ପ୍ରକାଶ କୁମାର ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ସଙ୍କୀର୍ତ୍ତନ ମହାଲିଂଗ, ଭକ୍ତ କୁମାର ସେଠୀ, ବନମାଳୀ ମଲ୍ଲିକ ମଞ୍ଚାସୀନ ରହି ସମାଜର ବିକାଶ ଓ ସାମୁହିକ ଉନ୍ନତି ସମ୍ପର୍କରେ ମତ ରଖିଥିଲେ । ସାନ ମଲ୍ଲିକ ସଭାରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମକୁ ସଦାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ପ୍ରତାପ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଗୋପୀନାଥ ଦଣ୍ଡସେନା ଓ ମୁରାସିଂ କୁଅଁରଙ୍କ ସମେତ ମୟୂରଉଡ଼ାନ ଓ ଆଖପାଖ ଗ୍ରାମର ପ୍ରାୟ ପାଞ୍ଚ ଶହ ଲୋକ ଏକତ୍ରିତ ହୋଇଥିଲେ । କମିଟି ତଥା କେନ୍ଦ୍ରର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ମିଳିତ ଚେଷ୍ଟାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.