oom

ବଙ୍ଗୋମୁଣ୍ଡାରେ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଆମ୍ବେଦକର ଛକ୍‌ ଠାରେ ଗତକାଲିି ବଙ୍ଗୋମୁଣ୍ଡା ବାବାସାହେବ ସଂଗଠନ ତରଫରୁ ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଆମ୍ବେଦକର ଛକ୍‌ ଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚ୍ଚନା କରି ଦୀପ ପଜ୍ୱଳନ କରିଥିଲେ । ଏଥିରେ ଆୟୋଜକ କମିଟିର ସଭାପତି ଦିବାକର ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କିଶୋର କୁମାର ଜୈନ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ରାଓ, ସମ୍ମାନୀୟ ଅତିଥି ଭାବେ ଶିକ୍ଷକ ହରିରାମ ସତନାମୀ, ଆମ୍ବେଦକର ସଂଗଠନର ଉପସଭାପତି ଅଜିତ ବାଗ, ସମ୍ପାଦକ ପ୍ରଦ୍ୟୁମ୍ନ ହିଆଲ(ଟୁନା) ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବାବା ସାହେବଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ସମସ୍ତେ କୋଭିଡ-୧୯ର ସମସ୍ତ ନିୟମ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହ ସମ୍ପାଦକ ନିରଞ୍ଜନ ବାଗ ସଭା ସଂଯୋଜନା କରିଥିଲେ । ଏଥିରେ ବବଲୁ ହରପାଲ, ଇନ୍ଦ୍ରଜିତ ବାଗ, ବିଘ୍ନ ବାଗ, ଜାଭେଦ୍‌ ହିଆଁଲ, ରଘୁବୀର ହିଆଲ, ଦିଗସୋ ବାଗ, ଟିକୁ ବାଗ, ଉମେଶ ଛୁରା, ରିଣ୍ଟୁ ବାଗ, ତିରୋଜ ବାଗ, ବିଶାଲ ହିଆଲ, ଭୀଷ୍ମ ବାଗ, ଓମକାର ବାଗ, ପପୁ ବାଗ, ରାଜେଶ ବାଗଙ୍କ ସମେତ ବାବା ସାହେବ ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.