ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭, ଦିନକରେ ୯୩ ନୂଆ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୧୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ୪୩୭ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ପୁଣି ଦିନକରେ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୧ରୁ ୪, ୧୫ରୁ ୩, ୧୯ରୁ ଜଣେ, ୨ରୁ ୪, ୨୦ରୁ ଜଣେ, ୪ରୁ ୩, ୬ରୁ ୧ ଓ ୭ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ବ୍ଲକ ଖୁଂଟପାଲି ଓ ବାରପୁରଗିଆ ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ଚୁଡ଼ାପାଲି ଓ ସଦାଇପାଲିରୁ ୨ ଜଣ ଲେଖାଏଁ, ବେଲପଡ଼ା ବ୍ଲକ ପଲ୍ଲୀମାଲ ଏବଂ ଯୁବା ଗ୍ରା.ପ.ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ଗାଇବାହାଲ ଓ ଜରାସିଂହା ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ରାମଚନ୍ଦ୍ରପୁର ଗ୍ରା.ପ.ରୁ ୨ ଜଣ, ଲୋଇସିଂହା ବ୍ଲକ କୁଟେନପାଲି, ଲୋଇସିଂହା ଓ କୁଟେନପାଲି ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ଯୋଗୀସୋର୍ଡା, ବାଦିବାହାଲ ଓ ତଲିଉଡ଼ାର ଗ୍ରା.ପ.ରୁ ୨ ଜଣ ଲେଖାଏଁ, ମୁରିବାହାଲ ବ୍ଲକ ଗଅଁରେଇ, ବାନ୍ଧୁପଲା, ସିରୋଲ ଓ ଗଡ଼ଗଡ଼ବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ ଖୁଂଟସମଲେଇ, ବଥର୍ଲା ଓ ଯୋଗୀମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ଟେଁଡ଼ାପଦର ଓ ମରୁଆଁ ଗ୍ରା.ପ.ରୁ ୨ ଜଣ ଲେଖାଏଁ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୪ରୁ ୪, ୧୫ରୁ ୨, ୭ରୁ ୨ ଏବଂ ୨, ୪, ୫, ୮ ଓ ୯ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ ସାଆନ୍ତପୁର ଗ୍ରା.ପ.ରୁ ୨ ଜଣ, ଟିଟିଲାଗଡ଼ ବ୍ଲକ ବାନ୍ଧୁପଲା, କୁରସୁଡ଼, ସିହିନିରୁ ଜଣେ ଲେଖାଏଁ ଓ ଜଗୁଆ ଗ୍ରା.ପ.ରୁ ୨ ଜଣ ଲେଖାଏଁ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୪, ୧୦ରୁ ୩, ୧୧ରୁ ୨, ୧୫ରୁ ୧, ୪ରୁ ୩, ୫ରୁ ୧, ୮ରୁ ୬ ଓ ୯ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.