ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ : ଦୁଇ ଆହତ ବ୍ୟକ୍ତି ମେଡିକାଲରେ ଭ‌ର୍ତ୍ତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଳକର ମହାଶିଙ୍ଘି ଗ୍ରାମ ୫୯ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ଏକ ସ୍କୁଟି ଦୃତଗତିରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସ୍କୁଟିନଂ.(ଓଆର -୧୨-ଏ -୭୪୮୦ ଗାଡିଟି ଦୃତଗତିରେ ଆସି ଓଲଟି ପଡିଥିଲା । ଗାଡିରେ ବସିଥିବା ଦୁଇଜଣ ମଧ୍ୟରୁ ସାରଙ୍ଗଗଡର ଜଣେ ଓ ବାଲିଗୁଡା ଅଞ୍ଚଳର ଜଣେ ବୋଲି ଜଣାପଡିଥିବା ବେଳେ ସେମାନଙ୍କ ସଠିକ ପରିଚୟ ମିଳିପାରିନାହିଁ । ଦୁଇଜଣ ଗୁରୁତର ବ୍ୟକ୍ତିଙ୍କୁ ବାଲିଗୁଡା ମେଡିକାଲକୁ ନିଆଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ସ୍କୁଟିକୁ ଥାନାକୁ ନେବା ସହିତ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.