ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ ରୀତାକାନ୍ତି ବଳିଆରସିଂ ଆଜି କାର୍ୟ୍ୟରେ ଯୋଗ ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ବୌଦ୍ଧରେ ଏହି ପଦବୀରେ କାହାକୁ ନିଯୁକ୍ତ କରିନଥିବାରୁ ସ୍ଥାନୀୟ ଅଧିକାରୀମାନଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଜିଲ୍ଲାପାଳ ପ୍ରଦାନ କରୁଥିଲେ । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିକଟରେ ଜଏନିଂ ରିପୋର୍ଟ ଦେବା ପରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ବିରଞ୍ଚି ଧରୁଆଙ୍କ ଠାରୁ ସେ ଆଜି ପୁର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ରୀତାକାନ୍ତି ବଳିଆରସିଂ ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଉପଖଣ୍ଡ ସୁଚନା ଓ ଲୋକସଂପର୍କ ଅଧିକାରୀ ଭାବରେ କାର୍ୟ୍ୟ କରୁଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବୀକୁ ଭାରପ୍ରାପ୍ତ ଦାୟିତ୍ୱରେ ବୌଦ୍ଧକୁ ବଦଳି ହୋଇଛନ୍ତି । ଖୋର୍ଦ୍ଧାଜିଲ୍ଲାର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ବଲାଙ୍ଗିର ଠାରେ ସ୍ଥାୟୀ ଭାବରେ ସପରିବାର ବାସ କରୁଥିବା ସୁଚନା ଦେଇଛନ୍ତି । ତାଙ୍କର ଯୋଗଦାନ ପରେ ବୌଦ୍ଧ ଜିଲ୍ଲାରେ ବିଭାଗ ସକ୍ରିୟ ହେବ ବୋଲି ଆଶା କରାଯାଉଛି । ସମସ୍ତଙ୍କର ସାହାଯ୍ୟ ସହଯୋଗରେ ସେ ବିଭାଗର କାର୍ୟ୍ୟ ଆଗେଇ ନେବେ ବୋଲି ଆଶା ରଖିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.