oom

ରାମଲୀଳା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ନାରାୟଣନଗର ଶ୍ରୀ ଶ୍ରୀ ରାମଲୀଳା ସଂସ୍କୃତିକ ପରିଷଦ ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ରାମଲୀଳା ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ନାରାୟଣନଗର ଜଗନ୍ନାଥ ମଣ୍ଡପ ଠାରେ ସଭାପତି କିଶୋର ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ମେହେର ସ୍ୱାଗତ ଭାଷଣ ଦେବାସହ ସଭା ପରିଚାଳନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଭୋଳଗିରି ସାହୁ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯିବ ବୋଲି ସମସ୍ତ ସଭ୍ୟଙ୍କୁ ଅନୁରୋଧ କରିଥିଲେ । ସରକାରଙ୍କ କୋଭିଡ ନୀତିନିୟମ ମାନି ଏହା ପାଳନ ହେବ ବୋଲି ସମସ୍ତ ସଭ୍ୟ ରାଜି ହୋଇଥିଲେ । ଯଦି କୋଭିଡ କଟକଣା ସରକାରଙ୍କ ତରଫରୁ ଲାଗୁ ହୁଏ ତାହେଲେ ନାଟକ ପରିବେଷଣ ବନ୍ଦ କରାଯିବ ବୋଲି ବୈଠକରେ ନିଶ୍ଚିତ ନିଆଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଗୋପାଳକୃଷ୍ଣ ମେହେର ବାର୍ଷିକ ବିବରଣୀ ପାଠ କରିଥିଲେ । ବୈଠକରେ ପିତାମ୍ବର ମେହେର, ଲୋଚନ ମେହେର, ଡମ୍ବରୁ ମେହେର, ଫକୀର ମେହେର, ନବକିଶୋର ମେହେର, ରାଜକିଶୋର ମେହେର, ହରିମେହେର, ସହଦେଵ ମେହେର, ପ୍ରଫୁଲ ମେହେର, ନେପାଳ ମେହେର, ମହାଦେବ ମେହେର ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ବିଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.