ଜରାସିଂହା ହାଇସ୍କୁଲରେ ମୋ ସ୍କୁଲ‌ ଅଭିଯାନରେ ପୁରାତନ ଛାତ୍ର ଓ ଶିକ୍ଷକ ସମ୍ମିଳନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ୧୧ଟା ସମୟରେ ଦେଓଗାଁ ବ୍ଳକର ସର୍ବ ପୁରାତନ ନେତ୍ରଭାନୁ ହାଇସ୍କୁଲ ଜରାସିଂହାରେ ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ର ଓ ଶିକ୍ଷକ ସମ୍ମିଳନୀ ଅନୁ‌ଷ୍ଠିତ ହୋଇଯାଇଛି । ଏହି ସ୍କୁଲର ସଭା କୋଠରିରେ ପ୍ରଧାନ ଶିକ୍ଷକ ଘଟେଇ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ସଂକିର୍ତ୍ତନ ବାଗ, ପୁରାତନ ଛାତ୍ର ତଥା ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ବିଡିସିସି ସଭାପତି ଲକ୍ଷ୍ମଣ ମେହେର, ପୁରାତନ ଛାତ୍ର ତଥା ୧୯୬୦ ମ୍ୟାଟ୍ରିକ ବ୍ୟାଚର ମେଧାବୀ ପୁରାତନ ଛାତ୍ର ସଚୀଦାନନ୍ଦ ପାଢ଼ୀ, ଜରାସିଂହା ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ ସୋସିଏସନର ସଂପାଦକ ରାଜକିଶୋର ସେଠ, ପୁରାତନ ଛାତ୍ର ତଥା ଜରାସିଂହା ମହା ବିଦ୍ୟାଳୟର ପୂର୍ବ ଅଧ୍ୟକ୍ଷ ଗୋବିନ୍ଦ ମେହେର ପ୍ରମୁଖ ମଞ୍ଚସୀନ ହୋଇଥିବା ବେଳେ ଜିଲ୍ଲା ବାହାରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁ‌ଷ୍ଠାନରେ ଗୁରୁ‌ତ୍ୱ ପୂର୍ଣ୍ଣ ଦାୟି‌ତ୍ୱ ନେଇଥିବା ପ୍ରାୟ ୬୦ଜଣ ପୁରାତନ ଛାତ୍ର ଯୋଗଦେଇଥିଲେ । ସମାଜର ବିଭିନ୍ନ ଗୁରୁ ଦାୟି‌ତ୍ୱରେ ଥିବା ଲୋକଙ୍କୁ ଅନୁ‌ଷ୍ଠାନ ତିଆରି କରିଥିବା ବେଳେ ଏହି ଅନୁଷ୍ଠାନକୁ ଅପଣେଇ ଆଗାମୀ ଦିନରେ ଆଗାମୀ ଦିନରେ ନିର୍ମାଣ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବାକୁ ପଡ଼ିବ ବୋଲି ମତ ପ୍ରଦାନ ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ବେସରକାରୀ ଅନୁ‌ଷ୍ଠାନ ଅପେକ୍ଷା ସରକାରୀ ଅନୁ‌ଷ୍ଠାନର ନିଶ୍ଚିତ ଭାବେ ଗୁରୁ‌ତ୍ୱ ଅଛି । କାରଣ ମେଧାବୀ ଓ ଏକ୍ସପେରିଏନ୍ସ ଶିକ୍ଷକମାନେ ପାଠ ପଢ଼ାଉଛନ୍ତି । ତେଣୁ ସୁସମାଜ ଗଠନ ପାଇଁ ପୁରାତନ ଛାତ୍ରଙ୍କୁ ସହଯୋଗର ହାତ ବଢ଼ାଇବାକୁ ମତ ପ୍ରକାଶ ପାଇଥିଲା । ଏହି ଅଭିଯାନକୁ ଆହୁରି ଅଧିକ ମଜବୁତ କରିବାକୁ ଆସନ୍ତା ଜୁନ ୧୫ ମଧ୍ୟରେ ପ୍ରତ୍ୟେକ ଗାଁର ପୁରାତନ ଛାତ୍ରଙ୍କ ସହ ମିଶି ଏକ ବଡ଼ ଧରଣର ସମ୍ମିଳନୀ କରାଯିବାକୁ ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.