ପୁନଃ ନିଯୁକ୍ତି ଦାବୀ ନେଇ ଯୁବକଙ୍କ ଷ୍ଟେଟ ବ୍ୟାଙ୍କ ଆଗରେ ଧାରଣା

ଖପ୍ରାଖୋଲା, (କ୍ରିଷ୍ଣା ସେଠୀ) : ପୁନଃ ନିଯୁକ୍ତି ଦାବୀ ନେଇ ଲାଠୋର ଗ୍ରାମର ଯୁବକ ମୋତିରାମ ତାଣ୍ଡି ଗତକାଲି ଠାରୁ ନିଜ ସହୋଯୋଗୀଙ୍କ ସହିତ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ଆଗରେ ଧାରଣାରେ ବସିଛନ୍ତି । ତାଙ୍କ କହିବା ମୁତାବକ ୨୦୧୪ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖାରେ ଅସ୍ଥାୟୀ ସଫାଇ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୨୦୧୮ ମାର୍ଚ୍ଚ ୨୨ ତାରିଖରେ ତାଙ୍କୁ ବ୍ୟାଙ୍କକୁ ଆସି କାମ କରିବା ପାଇଁ ମନା କରାଯାଇଥିଲା । କାହିଁକି କାମ ବନ୍ଦ କରି ଦିଆହେଲା, ତାଙ୍କୁ କୈାଣସି ସୂଚନା ମଧ୍ୟ ମିଳିନାହିଁ । ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ହଁ ଆଗକୁ ଦେଖିବା ଶୀଘ୍ର ପୁଣି କାମକୁ ଫେରିବ ବୋଲି ଆଶ୍ଵାସନା ଦେଇଛନ୍ତି । କିନ୍ତୁ କିଛି ବି ସୁଫଳ ମିଳିନାହିଁ । ଏ ପରିସ୍ଥିତିରେ ସେ ଅତି ଦୟନୀୟ ଅବସ୍ଥାରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ତାଙ୍କ କହିବା ମୁତାବକ ଯେ ପର୍ୟ୍ୟନ୍ତ ତାଙ୍କୁ ପୁନଃ ନିଯୁକ୍ତି ନ ମିଳିଛି, ସେ ଧାରଣାରେ ବସିଥିବେ ।

Leave A Reply

Your email address will not be published.