ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବିକାଶ କ୍ରିକେଟ କ୍ଲବ୍ ଓ ସୋହେଲା ଏଥଲେଟିକ ଆସୋସିଏସନ୍ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ ବିକାଶ କ୍ରିକେଟ କ୍ଲବ୍ ଓ ସୋହେଲା ଏଥଲେଟିକ ଆସୋସିଏସନ୍ ବିଜୟୀ ହୋଇଛନ୍ତି । ଆଜିର ଖେଳରେ ବିକାଶ ଷ୍ଟାଡିୟମରେ ବିକାଶ କ୍ରିକେଟ କ୍ଲବ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଜେ.ୟାଇ.ଏସ ବିରୁଦ୍ଧରେ ନିର୍ଦ୍ଧାରିତ ୫୦ ଓଭରରେ ୩୬୩/୪ ରନର ଏକ ବିଶାଳ ସ୍କୋର କରିଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବଲ୍ଲଭ ଓଦାର ୧୧୪ ରନ ଓ ପ୍ରଥମ ଡାଉନରେ ଆସିଥିବା ରାକେଶ ରଞ୍ଜନ କିଶାନ ଅପରାଜିତ ୧୪୭ ରନ ଓ ନିହାର ବେହେରା ଅପରାଜିତ ୩୧ ରନ କରିଥିଲେ । ପ୍ରତିପକ୍ଷ ଜେ.ୟାଇ.ଏସ ଦଳ ପକ୍ଷରୁ କୁଶ ସାହୁ ୪୦/୨, ‌ସ୍ୱରାଜ ନାଗ ୬୩/୧, ଅଭିଷେକ ମହାନା ୮୫ /୧ ୱିକେଟ୍ ନେଇଥିଲେ । ଏହି ସ୍କୋରର ପିଛାକରି ଜେ.ୟାଇ.ଏସ ଦଳ ସ୍ୱରାଜ ନାଗଙ୍କ ୩୦ ରନ, ରୋନିତ୍ ରାଏ ୧୦ରନ, କୁଶ ସାହୁ ୧୭ ରନ କରିଥିଲେ । ଦଳ ୩୫ ଓଭର ଖେଳି ମାତ୍ର ୧୦୮ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଫଳରେ ବିକାଶ ଦଳ ମ୍ୟାଚକୁ ୨୫୫ ରନର ଏକ ବଡ ବ୍ୟବଧାନରେ ଜିତି ନେଇଥିଲା । ବିକାଶ ପକ୍ଷରୁ ଭବତୋଷ ପରମାନିକ ୨୭/୪, ରୋହିତ ସିଂ ୨୮/୩, ଦୀପକ ବେହେରା ୯/୩ ୱିକେଟ୍ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଅକ୍ଷୟ ସାହାଣୀ ଓ ଆନନ୍ଦ ହୋତା । ସ୍କୋରର ଥିଲେ ରଜତ ଦାଶ । ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଇଥିବା ସୁପର ଜିମ୍ନାସିୟମ୍ ଓ ସୋହେଲା ଏଥଲାଟିକ ଏସୋସିଏସନ୍ ମଧ୍ୟରେ ହୋଇଥିବା ମ୍ୟାଚରେ ସୋହେଲା ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବରଗଡ଼ ସୁପରଜିମ୍ନାସିଅମ୍ ଦଳ ପକ୍ଷରୁ ଦ ପ୍ରହଲ୍ଲାଦ ମେହେର ୫୨ ରନ, ବିଶାଳ ଶୁକ୍ଳା ୪୦ ରନ, ସଂସ୍କାର କୋଟାକ ୩୯ ରନ, ଅଜୟ କର ୩୨ ରନ କରିବା ଫଳରେ ଦଳ ୩୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ କରିଥିଲା ୨୪୫ ରନ । ପ୍ରତିପକ୍ଷ ସୋହେଲା ପକ୍ଷରୁ ଅଶୋକ ମିଶ୍ର ୫୭/୪, କେଦାର ବେହେରା ୨୮/୩, ସଞ୍ଜୟ ଡୁଙ୍ଗୁରି ୫୧/୨, ଶିବ ପ୍ରସାଦ ପ୍ରଧାନ ୩୪/୧ ୱିକେଟ୍ ନେଇଥିଲେ । ଜବାବରେ ସୋହେଲା ଦଳର ଅଶୋକ ମିଶ୍ରଙ୍କ ୭୨ ରନ, ସଞ୍ଜୟ ଡୁଙ୍ଗୁରିଙ୍କ ୬୨ ରନ, କେଦାର ବେହେରାଙ୍କ ୨୮ ରନ,ସନ୍ତୋଷ ମେହେରଙ୍କ ୨୮ ରନ ଫଳରେ ଦଳ ୩୬.୩ ଓଭରରେ ୫ ୱିକେଟ୍ ହରାଇ ୨୪୮ ରନ କରିନେଇ ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା । ପ୍ରତିପକ୍ଷ ସୁପର ଜିମ୍ନାସିଅମ୍ ପକ୍ଷରୁ ଜୟେଶ ସାଏ ୩୭/୨, ଦୁର୍ଲଭ ୧୬/୧, ଜେରି ବାରା ୩୮/୧ ୱିକେଟ୍ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଶୁଭ୍ରାଂଶୁ ଶେଖର ମହାପାତ୍ର ଓ ଭରତ ଚେତନ ପଣ୍ଡା । ସ୍କୋରର ଥିଲେ ମନୋଜ ପାତ୍ର ।

Leave A Reply

Your email address will not be published.