ଲୁଟେରାଙ୍କ କଳା କାରନାମା : ସିମେଣ୍ଟ ଦୋକାନରୁ ଲୁଟିନେଲେ ୨୫ ହଜାର ଟଙ୍କା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସିମେଣ୍ଟ କିଣିବା ବାହାନାରେ ଆସି ସିମେଣ୍ଟ ଦୋକାନରୁ ଲୁଟିନେଲ ୨୫ ହଜାର ଟଙ୍କା। ଏମିତି ଏକ ଖବର ଦେଖିବାକୁ ମିଳିଛି ଭୁବନେଶ୍ୱର ନିଳାଦ୍ରୀ ବିହାରରେ ଥିବା ଏକ ସିମେଣ୍ଟ ଦୋକାନରେ । ଗତକାଲି ସନ୍ଧ୍ୟାରେ ଜଣେ ବ୍ୟକ୍ତି ପ୍ରଭୁମହିମା ସିମେଣ୍ଟ ଦୋକାନକୁ ସିମେଣ୍ଟ କିଣିବାକୁ ଆସି ଦୋକାନ ମାଲିକଙ୍କ ସହ ସିମେଣ୍ଟ ଦାମ ଏବଂ ତାର କମ୍ପାନୀ ବିଷୟରେ ପଚରା ଉଚରା କରି ସିମେଣ୍ଟ ଦେବାକୁ କହିଥିଲେ । ସିମେଣ୍ଟ ମାଲିକ ଯେମିତି ସିମେଣ୍ଟ ଆଣିବା ପାଇଁ ଗୋଦମକୁ ଯାଇଥିଲେ । ତାର ସୁଯୋଗ ନେଇ ୨୫ ହଜାର ଟଙ୍କାର ବଣ୍ଡଳ ନେଇ ଯାଇଥିଲେ ବ୍ୟକ୍ତି ଜଣକ । ପରେ ଦୋକାନ ମାଲିକ ଡ୍ର ଖୋଲି ଦେଖିବା ବେଳକୁ ୨୫ ହଜାର ଟଙ୍କା ନ ଥିଲା । ପରେ ସିସିଟିଭିରେ ଚେକ କରିବା ବେଳକୁ ସଂପୃକ୍ତ ବ୍ୟକ୍ତି ଜଣକ ଦୋକାନର ଡ୍ର ଖୋଲି ୨୫ ହଜାର ଟଙ୍କା ନେଉଥିବା ଜଣାପଡିଥିଲା ।

Leave A Reply

Your email address will not be published.