ପଡିଆ ବାହାଲରେ ଦଳିତ ଶ୍ରେଣୀରେ ରହୁଥିବା ୧୫ଟି ପରିବାରର ସରକାରୀ ଯୋଜନାରୁ ବଞ୍ଚିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ପଡ଼ିଆବାହାଲରେ ଦଳିତ ଶ୍ରେଣୀରେ ରହୁଥିବା ୧୫ ଟି ପରିବାର ସରକାରୀ ଇନ୍ଦରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ । ଜିରୋ ଗ୍ରାଉଣ୍ଡରେ ଆମର ପ୍ରତିନିଧି ପହଂଚି ଥିଲେ ପଡ଼ିଆବାହାଲ ଗାଁର ଦଳିତ ପରିବାର ମାନଙ୍କ ପାଖରେ । ସୂଚନା ମୁତାବକ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ପଡ଼ିଆବାହାଲ ଗ୍ରାମରେ ୧୫ଟି ଦଳିତ ପରିବାର ଆବାସ ଯୋଜନାରୁ ବଂଚିତ ଥିବା ସୂଚନା ମିଳିଛି । ଉକ୍ତ ପରିବାର ବର୍ଗ ମାନେ ପଡ଼ିଆବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ରାଧିକା ପଧାନଙ୍କୁ ଦୀର୍ଘ ୧୫ ବର୍ଷ ଲଗାତାର ଭାବେ ସରପଞ୍ଚ ଥିବା ସତ୍ୱେ ମଧ୍ୟ ଉକ୍ତ ଦଳିତ ପରିବାରଙ୍କୁ ଆବାସ ଯୋଜନାରେ କୌଣସି ପରିବାରଙ୍କୁ ଘର ଖଣ୍ଢେ ଯୋଗାଇ ନାହାନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରପଞ, ବିଡ଼ିଓ, ପ୍ରତିଶୃତି ଦେଇ ଠକି ଦେଇଛନ୍ତି । ଉକ୍ତ ପରିବାର ମାନେ ହେଲେ- ମୋତିଲାଲ୍ ବାଗ୍, କୁବେର ବାଗ, ଚୂଡ଼ାମଣି ଵାଗ୍, ଭମର୍ ବାଗ, ଅମର ବାଗ, ଜପ ବାଗ, ବିପିନ୍ ବାଗ, ମକାରୁ ବାଗ, ରସିଦ୍ ବାଗ, ନୀଳକଣ୍ଠ ତାଣ୍ଡି, ଜୟଲାଲ ତାଣ୍ଡି, ଅଙ୍କିତ୍ ବାଗ, ଦୂଳବ ତାଣ୍ଡି, ଜନକ ତାଣ୍ଡି, ଗୋପାଳ ବାଗ । ଉକ୍ତ ପରିବାର ମାନଙ୍କୁ ପ୍ରଶାସନ ତଦାରଖ କରିବାକୁ ଗଣ ମାଧ୍ୟମରେ ଗୁହାରି କରିଛନ୍ତି ।

Leave A Reply

Your email address will not be published.