oom

କଙ୍ଗାରୁ କୋର୍ଟରେ ଅସହାୟ ପରିବାରକୁ ନିଆଁ ପାଣି ବାସନ୍ଦ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଅସହାୟକୁ ସବୁବେଳେ ନିନ୍ଦା ଅପବାଦ ଶୁଣିବାର ଆମେ ପ୍ରତିଦିନ ଦେଖିଥାଉ, କିନ୍ତୁ ଆଜି ଏକ ଭିନ୍ନ ଧରଣର ଘଟଣା ଘଟିଯାଇଛି । ଘଟଣା ଟି ହେଲା ବଲାଙ୍ଗିର ଜିଲ୍ଲା, ଖପ୍ରାଖୋଲ ବ୍ଲକ ବାଘଝରନ୍ ଗ୍ରାମରେ । ଉକ୍ତ ଗ୍ରାମରେ ରହନ୍ତି ଭାସ୍କର ମହାନନ୍ଦ ପିତା ସତ୍ୟା ମହାନନ୍ଦ୍ । ସେ ଏକ ଗରିବ ଭୂମିହୀନ ଲୋକ ହୋଇଥିବାରୁ ତାଙ୍କୁ ଖପ୍ରାଖୋଲ ତହସିଲଦାର, ଏବଂ ଆର୍‌ଆଇ ଆସି ସରକାରୀ ଜମିରୁ ଭାସ୍କର ମହାନନ୍ଦ ଓ ତାର ବଡ଼ ଭାଇଙ୍କୁ ତିନି ତିନି ଡ଼ିସିମିଲ ଛଅ ଡ଼ିସିମିଲ ଜମି ଦେଇଥିଲେ । ଉକ୍ତ ଜମିରେ ଭାସ୍କର ମହାନନ୍ଦ ଇନ୍ଦିରା ଆବାସ ଘର ଖଣ୍ଡେ କରିଥିଲେ । ସେହି ଘର ପାଖରେ ବାଘଝରନ୍ ଗ୍ରାମର ଏସ୍.ଏଚ୍. ଜି ମହିଳା ଗ୍ରୁପ୍ ଏକ ସାପ୍ତାହିକ ବଜାର ବସେଇବା ପାଇଁ ବିଡ଼ିଓଙ୍କୁ ଦରଖାସ୍ତ ଦେଇଥିଲେ, କିନ୍ତୁ ଯେହେତୁ କରୋନା କଟକଣା ଚାଲିଛି ବିଡ଼ିଓ ତାହା ଏପୃଭ୍ କରିନଥିବା ସତ୍ବେ ମଧ୍ୟ ଉକ୍ତ ଗ୍ରାମର ମହିଳା ଏବଂ ଭଦ୍ରବ୍ୟକ୍ତି ମିଶି ବଜାର ଉଦଘାଟନ କରିଥିଲେ । କିନ୍ତୁ ଦୁଃଖର ବିଷୟ ହେଲା ଭାସ୍କର ମହାନନ୍ଦ ଘର ପ୍ରବେଶ କରିବା ସମୟରେ ଗ୍ରାମର ମହିଳାମାନେ ଏବଂ ଭଦ୍ରବ୍ୟକ୍ତି ଆସି ତୁ ଏଇ ଘରେ ରହିପରିବୁନି ଏଠି ବଜାର ବସିବ ବୋଲି କହିଲେ । ଏଠି ପ୍ରଶ୍ନ ଉଠୁଛି ଯେତେବଳେ ଭାସ୍କର ଘର ତିଆରି କରୁଥିଲା ମନା କଲେ ନାହିଁ କାହିଁକି? ଗାଁ ରେ କଙ୍ଗାରୁ କୋର୍ଟ କରି ଭାସ୍କରକୁ ଗାଁରୁ ବାହାର ହେଇଯାଉ ବୋଳି କହୁଛନ୍ତି । ଏଇ ଘଟଣା ପରେ ଭାସ୍କର ଖପ୍ରାଖୋଲ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିବା ପରେ ଭାସ୍କରଙ୍କ ପରିବାରଙ୍କୁ ନିଆଁ ପାଣି ବାସନ୍ଦ କରିଛନ୍ତି । ଯାହା ଆଇନ୍ ବିରୁଦ୍ଧ ଅଟେ । ଏଇ ଘଟଣା ପରେ ପୋଲିସ ଏବଂ ତହସିଲଦାର ବାଘଝରନକୁ ଆସି ବୁଝେଇବା ସତ୍ବେ ମଧ୍ୟ ଗ୍ରାମବାସୀ ବୁଝିବାକୁ ନାରାଜ । ଏକା ଜିତ୍ ଧରିଛନ୍ତି ଭାସ୍କରଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯିବ ବୋଲି । ଏଥିପ୍ରତି ପ୍ରଶାସନ କଡ଼ା ନିଷ୍ପତ୍ତି ନେଇ ଭାସ୍କରଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବାପାଇଁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.