oom

ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷାକେନ୍ଦ୍ରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର, ଓଲଟପୁର, କଟକ ତଥା ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗିରର ମିଳିତ ସହଯୋଗରେ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ପରିସର ମଧ୍ୟରେ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଚିହ୍ନଟ ହୋଇ ସାରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିରକୁ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷାଧୀଶ ତଥା ପ୍ରକଳ୍ପ ସଂଯୋଜକ ବଲାଙ୍ଗିର ଧ୍ରୁବଚରଣ ବେହେରା ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଛନ୍ତି । ସମୁଦାୟ ୭୧ଟି ବିଭିନ୍ନ ଉପକରଣ ଯଥା: ହ୍ଵିଲ୍ ଚେୟାର୍, ସ୍ମାର୍ଟଫୋନ୍, ସ୍ମାର୍ଟକେନ୍, ଟ୍ରାଇସାଇକିଲ୍, ଶ୍ରବଣ ଯନ୍ତ୍ର ଆଦିକୁ ଅଭିଭାବକମାନଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥିମାନଙ୍କ ଦ୍ବାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଖପ୍ରାଖୋଲ ଷଷ୍ଠୀ ଝାଙ୍କର, ଅନ୍ତର୍ନିବେଶୀ ଶିକ୍ଷା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ସରାପ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିଳମଣି ପଟେଲ, ଜିଲ୍ଲା ଶିକ୍ଷା କାର୍ୟ୍ୟାଳୟର ପାଢ଼ୀ ସାର୍, ଡଃ ସୁରେନ୍ଦ୍ର ଭୋଇ, ଡଃ ଶୁଭଶ୍ରୀ ମିଶ୍ର, ଡଃ ରଶ୍ମିତା ପଣ୍ଡା, ଡଃ ରାଜକିଶୋର ସାହୁ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବୀରେନ୍ଦ୍ର ସାହୁ, ସହାୟକ ଗୋଷ୍ଠୀ ଶିକ୍ଷାଧିକାରୀ, ଖପ୍ରାଖୋଲ ଶୁଭ୍ରାଂଶୁ ମଉଳି ପୁରୋହିତ, ଗଣମାଧ୍ୟମର ପ୍ରତିନିଧି ଅଭୟ ତ୍ରିପାଠୀ, ତାପସ ବେହେରା, ବିମଳ ସାହୁ, ଜ୍ୟୋତିରଞ୍ଜନ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଶିକ୍ଷକ ଗୋପୀନାଥ ସାହୁ, ନମିତା ମଣ୍ଡଳ, ମନୋରମା ନାଏକ, ଗୋଲାପ ବିଶି, ତୁଳାରାମ ସୁନା, ବୃନ୍ଦାବନ ଧରୁଆ, ଜଗଦିଶ ବିଶ୍ବାଳ, ଆକାଶ ମଣ୍ଡଳ, କରମସିଂ ନାଗ, ସାଧନ କେନ୍ଦ୍ର ସଂଯୋଜକ ଶାନ୍ତନୁ ବାରିକ, ଶାନ୍ତନୁ ମିଶ୍ର, ବନମାଳୀ ସାହୁ, ସରୋଜକାନ୍ତ ପାଣିଗ୍ରାହୀ, ଗଉରଚରଣ ବାରିକ, ସୁବାସ ନାଗ, ଉପେନ୍ଦ୍ର ସୁନା, ଦୀନବନ୍ଧୁ ବାଗ, ମକୁନ୍ଦଲାଲ ସାହୁ, ମିତ୍ରଭାନୁ ପଧାନ, କୁଞ୍ଜବିହାରୀ ସରାପ, ବିଭୁତି ଭୂଷଣ ମେହେର, ମୁଖ୍ୟ ଭୂମିକାରେ ଥିବା ଗୋଷ୍ଠୀ ସମ୍ବଳ ଶିକ୍ଷକ ଗୋକୁଳ ମେହେର, ଶଙ୍ଖଧର ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ସାଧନ କେନ୍ଦ୍ର ସଂଯୋଜକ କୁଞ୍ଜବିହାରୀ ସରାପ ସଂଯୋଜନା କରିଥିବା ବେଳେ ସାଧନ କେନ୍ଦ୍ର ସଂଯୋଜକ ବନମାଳୀ ସାହୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.