ବେପରୁଆ ଗାଡି ଚାଲଣା : ୬ହଜାର ଟଙ୍କା ଯୁବକଙ୍କୁ ଫାଇନ୍

ଭଦ୍ରକ : ବେପରୁଆ ଗାଡି ଚାଲଣା କରୁଥିବାରୁ ଜଣେ ଯୁବକଙ୍କୁ ୬ ହଜାର ଟଙ୍କାର ଫାଇନ୍ ଦେବାକୁ ପଡିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜି‌ଲ୍ଲାରେ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ବାଇକ ଚଳାଉଥିବା ବେଳେ ମୋବାଇଲରେ କଥା ହେଉଥିଲେ ତେବେ ତାହା ପୁଲିସ୍ ନଜରରେ ପଡ଼ିବାରୁ ଉକ୍ତ ଯୁବକଙ୍କୁ ଅଟକାଇଥିଲା । ଏହା ପରେ ପୁଲିସ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ଯୁବକଙ୍କ ଉପରେ ୬ହଜାର ଟଙ୍କା ଫାଇନ୍ ଆଦାୟ କରିଥିଲା । ଯୁବକଙ୍କ ଉପରେ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା କାରଣରୁ ୧୮୪ (ସି) ଧାରା ସହ ୫ହଜାର ଟଙ୍କା ଓ ବିନା ହେଲମେଟରେ ଗାଡ଼ି ଚଳାଇବା କାରଣରୁ ୧୯୪(ଡି) ଧାରା ସହ ୧ହଜାର ଟଙ୍କାର ଫାଇନ କଟାଯାଇଛି । ଏ ନେଇ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.