oom

ପର୍ଯ୍ୟବେକ୍ଷକ ମାନଙ୍କ ସଂକ୍ଷିପ୍ତ ବୈଠକ ଅନୁଷ୍ଠିତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷଣା ହୋଇଥିବା ଆସାମ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ ଓ ପୁଡୁଚେରୀର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ, ପୁଲିସ ପର୍ଯ୍ୟବେକ୍ଷକ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କର ଏକ ବୈଠକ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନ୍‌ଲାଇନ୍‌ ମାଧ୍ୟମରେ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧାରଣ ପର୍ଯ୍ୟବେକ୍ଷକ ନିମନ୍ତେ ରାଜ୍ୟର ୨୨ ଜଣ ବରିଷ୍ଠ (ଆଇଏଏସ୍‌) ଅଧିକାରୀ, ପୁଲିସ ପର୍ଯ୍ୟପେକ୍ଷକ ନିମନ୍ତେ ୧୨ ଜଣ ବରିଷ୍ଠ (ଆଇପିଏସ୍‌) ଅଧିକାରୀ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିମନ୍ତେ ୯ ଜଣ ବରିଷ୍ଠ (ଆଇଆର୍‌ଏସ୍‌) ଅଧିକାରୀଙ୍କୁ ଉକ୍ତ ୫ ଗୋଟି ରାଜ୍ୟର ବିଧାନସଭା ପାଇଁ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ଭାବେ ଅବଗତ କରାଇଥିଲେ । ସୂଚନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.