jayashree

୨୬ ନଂ. ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ପ୍ରେସ ଗାଡିରୁ ବାହାରିଲା ଏକ କ୍ୱିଣ୍ଟାଲ ଗଞ୍ଜେଇ : ଗାଡ଼ି ଦୁର୍ଘଟଣା ପରେ ଚାଳକ ଫେରାର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଭୋର ସକାଳ ୬ଟା ୧୫ ମିନଟ ସମୟରେ ଜାତୀୟ ରାଜପଥ ୨୬ ଦେଓଗାଁ ସୋନଗଡ ନଦୀ ଉପରେ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ହେଲେ ଗୋଟିଏ ଗାଡ଼ିରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ବହାରଥିବା ଜଣାପଡ଼ିଛି ।

ପ୍ରକାଶ ଥାଉ କି, ଦେଓଗାଁ ଡାକବଙ୍ଗଳା ପଟରୁ ଯାଉଥିବା ଏକ ସ୍ବିପ୍ଟ ଡିଜାୟାର ନମ୍ବର ଓଡି୦୨ଏଜି ୦୪୫୩ ସହ ବଲାଙ୍ଗିର ପଟରୁ ଯାଉଥିବା ଟାଟା ଏସି ଓଡି୦୩ଏମ ୩୨୮୦ ମଧ୍ୟରେ ସୋନଗଡ଼ ନଦୀର ବ୍ରିଜ ଉପରେ ମୁହାଁମୁହିଁ ଧକ୍କା ହେବା ଫଳେର ଉଭୟ ଗାଡ଼ିର ବସିଥିବା ଡ୍ରାଇଭର ଓ ଯାତ୍ରୀ ଆହତ ହୋଇଥିବା ବେଳ ଦୁଇ ଗାଡ଼ି ଭଙ୍ଗି ଯାଇଛି । ଘଟଣା ଏମିତି ଥିଲା ଯେ, ବଲାଙ୍ଗିର ପଟରୁ ଯାଉଥିବା ଟାଟା ଏସି ପୁଣି ବଲାଙ୍ଗିର ପଟକୁ ମୁହଁ ହୋଇ ଯାଇଥିଲା । ବ୍ରିଜ ଉପେର ଧକ୍କା ହେବା ଦ୍ବାରା କିଛି ସମୟ ପାଇଁ ରାସ୍ତାର ଯାତାୟତ ବାଇକ ଓ ଭାରିଯାନ, ଯାତ୍ରୀବାହୀ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା ପରେ ଟାଟା ଏସି ଗାଡ଼ିର ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଦୁର୍ଘଟଣା ପରେ ପ୍ରେସ ଲେଖାଥିବା ସ୍ଵିପ୍ଟ ଡିଜାୟାର ଗାଡ଼ିର ଯାତ୍ରୀମାନେ ଫେରାର ମାରିଥିଲେ । ଏହାକୁ ନେଇ ତଦନ୍ତ କରିବା ପରେ ବିଶ୍ଵ‌ସ୍ତ ସୂତ୍ରରୁ ସୂଚନା ମିଳିବା ଅନୁସାରେ ସେହି ପ୍ରେସ ଲେଖାଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ଗଞ୍ଜେଇକୁ ଦେଓଗାଁ ପୁଲିସ ଜବତ କରି ଥାନାରେ ରଖିଛି ।

Leave A Reply

Your email address will not be published.