jayashree

ପୋଲିସ ଓ ମିଡିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡ଼ିଆ ଠାରେ ଏସପି ଏକାଦଶ ଓ ମିଡିଆ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ଟସ୍ ଜିଣି ଏସପି ନାରାୟଣ ନାଏକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏସପି ଏକାଦଶ ଦଳ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୪ ରନ୍ କରି ମିଡିଆ ଏକାଦଶକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଜବାବରେ ମିଡିଆ ଏକାଦଶ ଦଳ ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ ମଧ୍ୟ ୧୦ ଓଭରରେ ୮ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିପାରି ନଥିଲା । ଫଳରେ ଖୁବ୍ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଅଳ୍ପ ବ୍ୟବଧାନରେ ଏସପି ଏକାଦଶ ଦଳ ବିଜୟୀ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜିଲ୍ଲାପାଳ ଶ୍ରୀ ସିଂହ ପୁରା ମ୍ୟାଚ୍‌କୁ ଉପଭୋଗ କରିବା ସହ ଖେଳାଳିମାନଙ୍କ ଉତ୍ସାହ ବଢ଼ାଇଥିଲେ । ସେ ବିଜୟୀ ଏସପି ଏକାଦଶ ଦଳକୁ ବିଜୟୀ ଟ୍ରଫି ଏବଂ ମିଡିଆ ଏକାଦଶ ଦଳକୁ ଉପବିଜେତା ଟ୍ରଫି ପ୍ରଦାନ କରିଥିଲେ । ଏସପି ଶ୍ରୀ ନାଏକ ନିଜେ ବ୍ୟାଟିଂ ଓ ବୋଲିଂ କରି ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପୋଲିସ ଓ ଗଣମାଧ୍ୟମ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ୍ କରିବ ବୋଲି ଉପସ୍ଥିତ ସମସ୍ତେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.