oom

କରୋନା ଭୂତାଣୁର ଭୟାବହତାକୁ ନେଇ ପଥପ୍ରାନ୍ତ ନାଟକ ‘ନୀଳୋତ୍ପଳ’ ମଂଚସ୍ଥ

jsmm

କଟକ, (କେପିଏନ୍‌ଏସ୍‌) : ବର୍ତମାନ କରୋନା ଭୂତାଣୁର ଭୟାବହତାକୁ ନେଇ ସମସ୍ତେ ଆତଙ୍କିତ । କରୋନା ଭୂତାଣୁର ଭୟାବହତାକୁ ନେଇ ରୁମାନ ଟେକ୍ନୋଲୋଜି ପ୍ରା.ଲି. ସି.ଡି.ଏ, କଟକ ତରଫରୁ ଡିଡିୟୁ-ଜିକେୱାଇର ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତାମାନଂକ ଦ୍ୱରା ଏକ ପଥପ୍ରାନ୍ତ ନାଟକ ‘ନୀଳୋତ୍ପଳ’ ମଂଚସ୍ଥ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ କରୋନା ମହାମାରୀର ଭୟବହତା ବିଷୟରେ ଆଲୋକପାତ କରିବା ସହିତ ନାରୀ ଶିକ୍ଷା ବିଷୟରେ ସଚେତନ କରାଇଥିଲେ । କୋଭିଡର ନିୟମକୁ ମାନିବା ସହିତ ସାମାଜିକ ଦୂରତା ବଜାୟ ରଖି ନାଟକ ମାଧ୍ୟମରେ ସେମାନଙ୍କର ସୃଜନଶୀଳତାର ନିଖୁଣ ପରିଚୟ ଦେଇଥିଲେ ଏବଂ ଈଶ୍ୱରଙ୍କ ନିକଟରେ ସମଗ୍ର ଦେଶବାସୀଙ୍କ ପାଇଁ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ ।

ପ୍ରଶିକ୍ଷକ ବିଜୟ କୁମାର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏହି ପଥପ୍ରାନ୍ତ ନାଟକଟି ସମାପନ ହୋଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ଆସଲାମ ରେହେମାନ, ସରୋଜ କୁମାର ରାଉତ, ସ୍ୟମନ୍ତଙ୍କ ମହାପାତ୍ର, ବିଜୟ କୁମାର ସାହୁ, ଜଗନ୍ନାଥ ଦାସ, ଧର୍ମାନନ୍ଦ ବେହେରା, ଦୀପକ କୁମାର ପାତ୍ର ପ୍ରମୁଖ ବଦାନ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବଚନ ପ୍ରଦାନ କରିଥିଲେ । ପରିଶେଷରେ ସଂସ୍ଥାର କର୍ମକର୍ତା ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.