jayashree

ବାତ୍ୟା ପରେ ବନ୍ୟା ଆଶଙ୍କା, ଆସିକାକୁ ବିପଦ : ଋଷିକୁଲ୍ୟା ନଦୀ କୂଳିଆଙ୍କୁ ସତର୍କ ସୂଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହରଭଙ୍ଗୀ ଜଳସେଚନ ଡିଭିଜନ୍‌ର ଗୋକୁଳପୁର ବ୍ୟାରେଜ୍‌ରୁ ପ୍ରାୟ ୫୦୦ କ୍ୟୁମେକ୍ସ ଜଳ ପଦ୍ମାନଦୀକୁ ନିଷ୍କାସନ କରାଯାଇଛି । ଏହି ଜଳ ସୋରଡ଼ାସ୍ଥିତ ପଦ୍ମା ବ୍ୟାରେଜ୍‌ରେ ପହଞ୍ଚିଥିବାରୁ ଋଷିକୁଲ୍ୟା ନଦୀର ତଳମୁଣ୍ଡ ଅଞ୍ଚଳ ବିଶେଷ କରି ଆସିକା ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ନଦୀ ନିକଟବର୍ତ୍ତୀ ଓ ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବା ଏବଂ ଜଳପ୍ରବାହ ଥିବା ଅଞ୍ଚଳରେ ଯାତାୟାତ ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ ରୁହନ୍ତୁ, ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି କୁହାଯାଇଛି ।

Leave A Reply

Your email address will not be published.