jayashree

ନୀଳମଣି ଯୋଷୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଚ୍ଛାପଡା ଶବରୀ ନାରାୟଣ ମନ୍ଦିର ନିକଟରେ ସୂଚନାକର୍ମୀ ତଥା ସମାଜସେବୀ ସ୍ୱର୍ଗତ ନୀଳମଣି ଯୋଷୀଙ୍କର ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା ଶୋକାକୂଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ସୂଚନା ଅଧିକାରୀ କର୍ମୀ ସମାଜସେବୀ ଓ ବିଭିନ୍ନ ସଂଗଠନର ପ୍ରତିନିଧି ଯୋଗଦାନ ଦେଇ ଦିବଗଂତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ସମେତ କମିଟିର ସଦସ୍ୟ ସଦସ୍ୟା କେଦାରନାଥ ସାହୁ, ବିଭୁଦତ୍ତ ମିଶ୍ର, ଜ୍ୟୋତି ପ୍ରଧାନ, ସୁଶାନ୍ତ, ସଚି ପଧାନ, ସତ୍ୟ ବନଛୋର, ଗୋପବନ୍ଧୁ ଛତ୍ରିଆ, ଶୁକ୍ରୁ ବିଶ୍ୱାଲ, ଅନଙ୍ଗ ଉଦୟ ଠାକୁର, ବିରେନ୍ଦ୍ର ଝାଙ୍କର, ଆଶିଷ ପାଣ୍ଡେ, ସରୋଜ କୁମାର ମେଶ୍ୱା ଯୋଗ ଦେଇଥିଲେ । ସଭାରେ ସ୍ୱର୍ଗତ ଯୋଷୀଙ୍କର ସୂଚନା ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମସ୍ତ ବକ୍ତା ମତାମତ ରଖିଥିଲେ । ଏହା ଓଡିଶାର ସୂଚନା ଅଧିକାର କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ଏବଂ ଏହା କେହି ପୂରଣ କରି ପାରିବେ ନାହିଁ ବୋଲି ସମସ୍ତ ବକ୍ତା ମତାମତ ଦେଇଥିଲେ । ଏକ ବୈଦିକ ପରଂପରା ଏବଂ ମନ୍ତ୍ରପାଠ ସହ ସଭା ସମାପନ ହୋଇଥିଲା ।

Leave A Reply

Your email address will not be published.