jayashree

ହୁଣ୍ଡାଇ ବାୟନ କାର୍‌ର ମାର୍କେଟ ପ୍ରବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ କୋସଲା ହୁଣ୍ଡାଇ ସୋ’ ରୁମ୍ ଠାରେ ହୁଣ୍ଡାଇର ବାୟନ କାର୍‌ର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୋ’ ରୁମ୍‌ର ନିର୍ଦ୍ଦେଶିକା ଡ. ପଦ୍ମନୀ ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ମୁଖ୍ୟ ମହାପ୍ରବନ୍ଧକ ଅପର୍ଣ୍ଣା ପାଣିଗ୍ରାହୀଙ୍କ ଆବାହକତ୍ୱ ତଥା ସଞ୍ଜୁଶ୍ରୀ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ଆପୋଲୋ ହସ୍ପିଟାଲର ସିଇଓ ଡ. ଅଖିଲ ଜୈନ ଓ ଉଦିତନଗର ଏସ୍‌ବିଆଇର ମହାପ୍ରବନ୍ଧକ ରମେଶ ନାଗ ସମ୍ମାନିତ ଅତିଥି, ବିପିୟୁଟିର ପ୍ର. ପିୟୁଷ ରଞ୍ଜନ ଦାସ, ସମାଜସେବୀ ରିଙ୍କୁ ଜୟସ୍ୱାଲ, ଶ୍ରୀଧର ମଲ୍ଲିକ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି କାର୍‌କୁ ଉଦଘାଟନ କରିଥିଲେ । ସୂଚନାଯୋଗ୍ୟ ଯେ, ହୁଣ୍ଡାଇ ବାୟନ କାର୍ ସାଢେ଼ ୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ଟପ୍ ମଡେଲ ୧୬ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ନୂତନ କାର୍‌ରେ ଏଲ୍‌ଇଡି ଲାଇଟ୍, ଅଟୋ ଏସି, ବୋସ ମ୍ୟୁଜିକ ସିଷ୍ଟମ, ଲେଦର ସିଟ୍‌ର ବ୍ୟବସ୍ଥା ରହିଛି । ଲକ୍ସରୀ ପ୍ରିମିୟମ ମଡେଲରେ ସନ୍ ରୁଫ୍, ୧୭ ଇଞ୍ଚ୍ ଡାଇମଣ୍ଡ ଡକେଟ ଆଲୟ ହ୍ବିଲ ଗାଡ଼ିକୁ ଏହାର ମୁଖ୍ୟ ଆକର୍ଷଣ ଥିବା ବେଳେ ଏଥିରେ ଅତିକମରେ ୫ ଜଣ ବସି ପାରିବେ । ସେହିପରି ପାଣିପାଗ ସୂଚନା, ଡାସ କ୍ୟାମେରା, ଡ଼୍ରାଇଭର ସିଟ୍ ଆଡଜଷ୍ଟ ସହ ୧୮୦ ଡିଗ୍ରୀ କ୍ୟାମେରା ରହିଛି । ତେବେ ଉଦଘାଟନୀ ଉତ୍ସବରେ ଏହାର ପ୍ରଥମ ଗ୍ରାହକ ଡ. ଲିଜା ଦେଓଙ୍କୁ ମୁଖ୍ୟ ଅତିଥି ଦ୍ୱୟ ଗାଡିର ଚାବି ହସ୍ତାନ୍ତର କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ହୁଣ୍ଡାଇ ସୋ’ ରୁମ୍ ରାଉରକେଲାବାସୀଙ୍କ ଆବଶ୍ୟକତା ପୂରଣ କରୁଥିବାରୁ ସାଧୁବାଦ ଦେଇଥିବା ବେଳେ ନିର୍ଦ୍ଦେଶିକା ଶ୍ରୀମତୀ ପାଣିଗ୍ରାହୀ ଏହା ଏକ ଶ୍ରେଷ୍ଠ ସମୟ ଓ ହୁଣ୍ଡାଇ ବାୟନ ମଡେଲ କାର୍ ଶସ୍ତା ହୋଇଥିବାବେଳେ ଏହାକୁ ସାଧାରଣବର୍ଗ କିଣିପାରିବେ ବୋଲି ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ୍ରିମ୍ ଟିମ୍ ଫାଉଣ୍ଡେସନର ମୁଖ୍ୟ ଅମୀୟ କୁମାର ଦାସ, ସୋ’ ରୁମ୍ ସେଲ୍ସ ମୁଖ୍ୟ ଗୁରୁଦୀପ ସିଂ, ଏଚ୍‌ଆର୍‌ ଫରୀନ ରବ୍‌ଙ୍କ ସମେତ ଦୀପ୍ତି ମହାପାତ୍ର, ପ୍ରକାଶ ବଳ, ପ୍ରସନଜିତ ମହାପାତ୍ର, ବିଭୁପ୍ରସାଦ ନାୟକ, ଶୁଭଦର୍ଶନୀ ସାମଲ, ନୀଳମାଧବ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମୁଖ୍ୟ ମହାପ୍ରବନ୍ଧକ ଅପର୍ଣ୍ଣା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.