jayashree

ଏସସି/ଏସଟି ଠିକାଦାର ସଂଘର ସଭାପତି ଭାବେ ସର୍ଜନ ଓ ସଂପାଦକ ଭାବେ ଦିଗସେନ ମନୋନୀତ

  • ଠିକା କାମରେ ୪୦ ପ୍ରତିଶତ ସଂରକ୍ଷଣ ଦାବି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅଲ୍ ଓଡ଼ିଶା ଏସସି/ଏସଟି ୱେଲ୍‌ଫେୟାର ଠିକାଦାର ମହାସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ଏସସି ଓ ଏସଟି ଠିକାଦାର ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ କମିଟି ଗଠନ ଓ ସଂଘର ପଞ୍ଜୀକରଣ ପ୍ରସ୍ତାବ ନେଇ ସଂଘର ପ୍ରତିଷ୍ଠାତା ତଥା ସମାଜସେବୀ ସର୍ଜନ କୁମାର ବାରିକଙ୍କ ସଭାପତିତ୍ୱରେ ସୁବର୍ଣ୍ଣପୁର ଜିଲ୍ଲାର ଠିକାଦାର ମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାୟୀ କମିଟି ଗଠନ ହେବା ପର୍ଯ୍ୟନ୍ତ ସଂଘର ସୁପରିଚାଳନା ପାଇଁ ଏକ ଅସ୍ଥାୟୀ କମିଟି ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଏହି କମିଟିର ସଭାପତି ଭାବେ ସର୍ଜନ କୁମାର ବାରିକ, ଉପସଭାପତି ଭାବେ ରମେଶ କୁମାର ତନ୍ତୀ, ମୁଖ୍ୟ ସମ୍ପାଦକ ଭାବେ ଦିଗସେନ ଦୀପ, ସହ ସମ୍ପାଦକ ଭାବେ ଆଶିଷ କୁମାର ତାଣ୍ଡି, ମୁଖ୍ୟ ଉପଦେଷ୍ଟା ଭାବେ ସୁଦାମ ଜଗଦଲା, ସହ-ଉପଦେଷ୍ଟା ଭାବେ ଜ୍ୟୋତିରଞ୍ଜନ କୁଶଳ, କୋଷାଧ୍ୟକ୍ଷ ଭାବେ ସତ୍ୟନାରାୟଣ ପାଣ୍ଡେ ଏବଂ ସହ-କୋଷାଧ୍ୟକ୍ଷ ଭାବେ କୁନୁ ତାଣ୍ଡିଙ୍କୁ ମନୋନୀତ କରାଯାଇଛି । ସେହିପରି ଉପଦେଷ୍ଟା କମିଟିରେ ଉପେନ୍ଦ୍ର ସେଠୀ, ସୋନୁ ଦଣ୍ଡସେନା, ଶତୃଘ୍ନ ନାଗ, ଜମ୍ବେଶ୍ଵର ହରିପାଲ ଓ ବୃନ୍ଦାବନ ସୁରୁଜାଲଙ୍କୁ ସାମିଲ କରାଯାଇଛି । ବୈଠକର ଶେଷରେ ସଭାପତି ସର୍ଜନ କୁମାର ବାରିକ ଅତିଶୀଘ୍ର ସ୍ଥାୟୀ କମିଟି ଗଠନ କରାଯିବା ସହ ସଂଘର ପଞ୍ଜୀକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ ନିଷ୍ପତ୍ତି ନିଆଯାଇଛି । ବିଜେଡି ସରକାର ଶାସନରେ ଥିଲାବେଳେ ଦୀର୍ଘ ବର୍ଷ ଧରି ଟେଣ୍ଡର କାମରେ ୧୫% ଲେସ୍ ସିଷ୍ଟମ୍ ଲାଗୁ କରାଯାଇଥିବା ବେଳେ ବର୍ତ୍ତମାନର ସରକାର ତାହା ଅନଲିମିଟେଡ୍ କରିଦେବାରୁ ଏସସି/ଏସଟି ଠିକାଦାର ମାନେ ଠିକାକାମ ପାଇପାରୁ ନାହାନ୍ତି ଫଳରେ ଠିକାଦାର ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି । ବାହାର ରାଜ୍ୟର ସରକାର ତାହା ୧୦% ସୁଧାର ଆଣିଛନ୍ତି । ଆଗାମି ଦିନରେ ଯଦି ଓଡିଶା ସରକାର ଏସସି/ଏସଟି ଠିକାଦାର ମାନଙ୍କର ଗାଇଡ ଲାଇନରେ ଠିକାଦାର ମାନଙ୍କ ପାଇଁ ପ୍ରତି ୧୦୦% ଟେଣ୍ଡରରୁ ୪୦% ଟେଣ୍ଡର ରିଜର୍ଭେସନ ନ ରଖନ୍ତି ତାହାହେଲେ ଏସସି/ଏସଟି ଠିକାଦାର ସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ଏବଂ ଫଳାଫଳ ପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ସଭାପତି ତଥା ମୁଖ୍ୟ ପ୍ରତିଷ୍ଠାତା ସର୍ଜନ କୁମାର ବାରିକ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.