jayashree

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଘାଟିତ

ଭୁବନେଶ୍ୱର, (ପିଆଇବି) : ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ), ଓଡ଼ିଶା ସିଜିଏମଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ଉଦଘାଟିତ ହୋଇଛି । ଏହି ଅବସରରେ ସଚ୍ଚୋଟତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଏସଏନଏଲ, ଓଡ଼ିଶାର ସିଜିଏମ୍ ଆଇ.ଜି. ସୋରେନ୍ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସିଜିଏମ୍ ଶ୍ରୀ ସୋରେନ୍ ହିନ୍ଦୁ ଏବଂ ଇଂରାଜୀରେ ସମସ୍ତ କର୍ମଚାରୀମାନଙ୍କୁ ସଚ୍ଚୋଟତା ଶପଥ ପାଠ କରାଇଥିଲେ । ଏହି ଅବସରରେ ଭିଜିଲାନ୍ସ ଡିଜିଏମ୍ କେ.ସି. ପତି, ସିଏମଟିଏସ-ଏସଏଣ୍ଡଏମ୍ ଜିଏମଜି. ମେହେର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଏସଏନଏଲ ପକ୍ଷରୁ ଆସନ୍ତା ୧ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯିବ । ଏହି ଅବସରରେ ‘‘ବିଏସଏନଏଲ ସଦାଚାର ନିୟମ ଏବଂ ହିତକୁ ନେଇ ଦ୍ୱନ୍ଦ୍ୱ’’, ‘‘ଏଆଇ ବନାମ ଏଆଇ: ସାଇବର ସୁରକ୍ଷାର ନୂତନ ଦିଗ’’, ‘‘ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା’’ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave A Reply

Your email address will not be published.