ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ଢ଼େଙ୍କାନାଳ : ମହିମା ଗାଦୀରେ ଆସନ୍ତା ୨୫ରୁ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଉପରେ ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ । ପୂର୍ବରୁ ଯୋରନ୍ଦା ମେଳା ସରିଥିବା ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଉପରେ ଏବେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ମେଳାକୁ କେବଳ ବିଧି ଭାବେ ପାଳନରେ ସୀମିତ ରଖାଯିବ । ଜିଲ୍ଲା ତଥା ରାଜ୍ୟ ବାହାର ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ସର୍ବ ସାଧରଣଙ୍କୁ ମେଳାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ କେବଳ ଜିଲ୍ଲାର ମହିମା ସାଧୁମାନଙ୍କ ମଧ୍ୟରେ ଚଳିତ ବର୍ଷ ଏହି ମେଳା ସୀମିତ ରହିବ । ତେବେ ମେଳାରେ ସାମିଲ ମହିମା ସାଧୁମାନଙ୍କର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨୫ ଓ ୨୬ତାରିଖ ଦୁଇଦିନ ଧରି ମହିମା ପରମ୍ପରା ମୁତାବକ ହେଉଥିବା ମେଳାରେ ମୁଖ୍ୟ ଗାଦି ମନ୍ଦିର ପରିସରରେ କୋଭିଡ କଟକଣା ମଧ୍ୟରେ ଅତି ବେଶୀରେ ୫୦ ଜଣ ସାଧୁଙ୍କ ମଧ୍ୟରେ ଝାଡ଼ ବତୀ ଓ ଧ୍ବନୀ ପ୍ରଜ୍ବଳନ ମଧ୍ୟରେ ସୀମିତ ରହିବ ବୋଲି ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ଗାଇଡ଼ ଲାଇନ ଜାରି କରାଯାଇଛି ।

Leave A Reply

Your email address will not be published.