ଆମକୁ ପାକିସ୍ତାନରେ କାଫିର ଏବଂ ଭାରତରେ ପାକିସ୍ତାନୀ ବୋଲି କୁହନ୍ତି : ଗ୍ରାଉଣ୍ଡ ରିପୋର୍ଟ

ଯୋଧପୁର : ଗୋଟିଏ ପଟେ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ ମାଧ୍ୟମରେ ବିଦେଶରେ ରହୁଥିବା ହିନ୍ଦୁମାନଙ୍କୁ ନାଗରିକତ୍ୱ ଦେବାକୁ ଦାବୀ କରୁଥିବା ବେଳେ ଅନ୍ୟ ପଟେ କେବଳ ରାଜସ୍ଥାନରେ ୨୨ ହଜାରରୁ ଅଧିକ ହିନ୍ଦୁ ବସବାସ କରୁଛନ୍ତି, ଯେଉଁମାନେ ପାକିସ୍ତାନରୁ ବହୁ ବର୍ଷ ଧରି ଏଠାକୁ ଆସିଛନ୍ତି । ସେମାନେ ନାଗରିକତ୍ୱକୁ ଅପେକ୍ଷା କରି ରହିଛନ୍ତି ।

ନାଗରିକତ୍ୱର ନଥିବା ଯୋଗୁଁ ସେମାନେ ଛୋଟ ଛୋଟ ସୁବିଧା ମଧ୍ୟ ପାଇବାକୁ ଅସମର୍ଥ । ରାଜସ୍ଥାନ ସରକାର ନିଜେ ବିଶ୍‌ବାସ କରନ୍ତି ଯେ, ଏମାନଙ୍‌ଙ୍କ ଆଠ ହଜାରରୁ ଅଧିକ ଲୋକ ନାଗରିକତ୍ୱ ପାଇଁ ସେମାନଙ୍କର ଯୋଗ୍ୟତା ପୂରଣ କରନ୍ତି, ଯଦିଓ ଏହି ଲୋକମାନେ ମଧ୍ୟ ନାଗରିକତ୍ୱ ପାଇ ନାହାଁନ୍ତି ।

ଯୋଧପୁର ସହରର ୨୫୦ ଜନସଂଖ୍ୟାର ପରିବାରର ଏକ ଟାଉନସିପ୍ ଓ୍‌ୱାଟର୍‌ ଟ୍ରିଟ୍‌ମେଂଟ ପ୍‌ପ୍ଲାଂଟ ନିକଟରେ ରହିଛି, ସେହି ଟାଉନସିପ୍‌ ସଂପୂର୍ଣ୍ଣ ଶୋଷିଲା ପଡ଼ିଛି । ଜଳ ବିଶୋଧନାଗାର ନିକଟରେ ଅଛି ଯାହା ଯୋଧପୁର ସହରର ଜନସଂଖ୍ୟାର ଶୋଷ ମେଣ୍ଟାଇଥାଏ ଜ୍ଝ ପ୍ରେମ, ସମ୍ମାନ, ସୁବିଧା ଏବଂ ପରିଚୟ ପାଇଁ ଏହା ଏକ ଶୋଷିଲ ଅଂଚଳ ।

ିପୋର୍ଟରୁ ଜଣାପଡ଼ିଛି ଯେ, ବହୁ ବର୍ଷ ପୂର୍ବେ ଏକ ଆଶା ଏବଂ ବିଶ୍ୱାସ ସହିତ ହିନ୍ଦୁ ପରିବାରମାନେ ପାକିସ୍ତାନରୁ ଭାରତ ଆସିଥିଲେ। ବର୍ତ୍ତମାନ ସେମାନଙ୍କର ଆଶା ଅସ୍ପଷ୍ଟ ହୋଇଯାଉଛି । ଏହି ପରିସ୍ଥିତି କେବଳ ଏହି ଟାଉନସିପ୍ କିମ୍ବା ଯୋଧପୁର ଜିଲ୍ଲା ମଧ୍ୟରେ ସୀମିତ ନୁହେଁ । ବରଂ ରାଜସ୍ଥାନରେ ରହୁଥିବା ୨୨,୧୪୬ ବିସ୍ଥାପିତଙ୍କ ଆଶା ଅସ୍ପଷ୍ଟ ହୋଇ ରହିଛି ।

Leave A Reply

Your email address will not be published.