jayashree

ଅଗସ୍ତି ନୂଆଗାଁ ଶିଖର ସାହିରେ ମା’ ଗଜଲକ୍ଷ୍ମୀ ପୂଜା ସମ୍ଭାର ଆରମ୍ଭ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଶିଖର ସାହି ପୂଜା କମିଟି ପକ୍ଷରୁ ନିଜସ୍ଵ ପୂଜା ମଣ୍ଡପରେ ରବିବାର ସନ୍ଧ୍ୟାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ଆରମ୍ଭ ହୋଇଛି । ମା’ ଗଜଲକ୍ଷ୍ମୀଙ୍କ ପୂଜା ଏହି ମଣ୍ଡପରେ ଦୀର୍ଘ ୩୭ ବର୍ଷ ଧରି ହୋଇଆସୁଅଛି । ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି । ପ୍ରତ୍ୟେକ ଦିନ ମା’ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି ବାହ୍ୟ କୁମ୍ଭ ପୂଜା, ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାବିଧି ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି । ଆଜି ମଧ୍ୟାହ୍ନରେ ଗ୍ରାମ୍ୟ ବନ୍ଧରୁ କଳସ ଯାତ୍ରା କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ପୂଜା ମଣ୍ଡପରେ ପଣ୍ଡିତ ଅନିଲ ପଣ୍ଡାଙ୍କ ପୌରହତିରେ ପୂଜା କାର୍ଯ୍ୟ ସମ୍ପାଦନ ହୋଉଥିଲା ବେଳେ କତ୍‌ର୍ତ୍ତା ଭାବେ ବିଜୟ ନାହାକ ରହିଛନ୍ତି । ଉକ୍ତ ପୂଜାରେ ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ଵାରା ଆଳତୀ ସହ ଭଜନ ପରିବେଷଣ କରାଯିବ । ଭସାଣି ନଭେମ୍ବର ୧ ତାରିଖରେ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶିଖର ସାହି ପୂଜା କମିଟି ପକ୍ଷରୁ ଅନିଲ ପଲାଇ, ଗଣେଶ ଗୌଡ଼, ଜଗା ପଲେଇ, ବସନ୍ତ ନାହାକ, ଅନିଲ ନାହାକ, ତୋଫାନ ଗୌଡ଼, କବିରାଜ ଗୌଡ଼, ତପନ ଗୌଡ଼, ଦୀପକ ଗୌଡ଼ , ରିତେଶ ନାହାକ ସହ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.