ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ବୋଲେରୋ-ବାଇକ୍‌ ମୁହାଁମୁହିଁ, ୧୦ ଗୁରୁତର

ଅନୁଗୁଳ : ଅନୁଗୁଳ ଜି‌ଲ୍ଲା ଛେଣ୍ଡିପଦଜା ସେଣ୍ଢା ପୋଲ ନିକଟରେ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଛେଣ୍ଡିପଦା ବୁଢାପାଳ ରାସ୍ତାର ଟିକିରା ପୋଲ ନିକଟରେ ଚକା ଫାଟିଯିବାରୁ ବୋଲେରୋଟି ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା‌ସ୍ଥଳରେ ୧୦ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଆହତଙ୍କ ଘର ଛେଣ୍ଡିପଦା ଥାନା ପାଟ୍ଟକୁମୁଣ୍ତା ଗାଁରେ ବୋଲି ଜଣାପଡିଛି ।

Leave A Reply

Your email address will not be published.