jayashree

ରାଜ୍ୟସ୍ତରୀୟ ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଏଥ୍‌ଲେଟିକ ଆସୋସିଏସନ୍ ତଥା ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ତରଫରୁ ୧୯ ତମ ରାଜ୍ୟସ୍ତରୀୟ “ଲୋଇସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୧୬” ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଷ୍ଟାଡିୟମର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ । ଏଥ୍‌ଲେଟିକ ଆସୋସିଏସନ୍ ସଭାପତି ଦିଲୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଶିବକୁମାର ଅଗ୍ରୱାଲ, ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ସଦସ୍ୟ ବିଭୂତି ଭୂଷଣ ସାହାଣୀ, ବିଶ୍ଵନାଥ ଭୂୟା, ଟିକୁ ପାଣ୍ଡିଆ, ଦେବ ବିଶ୍ଵାଳ, ନଜୁ ଖାନ, ରମେଶ ଭୁଏ ପ୍ରକାଶ ପୁଟେଲ, ଅମରେନ୍ଦ୍ର ବେହେରା, ଭୂତନାଥ ନାଏକ, ମନୋଜ ମାହାଣା, ସରୋଜ ବିଶ୍ଵାଳ, ଭୋଲାନାଥ ନାଏକ, ଅଞ୍ଜନ ବେଶ୍ରା, ବିଜୟ ରଣା, ବୁଲୁ ବହିଦାର, ଭୋଲାନାଥ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହି ସ୍ଵକୀୟ ମତାମତ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.