
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୁଡିଘାଟ ସିଆର୍ସିସି ଲକ୍ଷ୍ମୀକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବେ ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗ ଯୋଗଦେଇ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଏସ୍ଏମ୍ସି ସଭାପତି ଉଗ୍ରସେନ ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିଘାଟ ପ୍ରଧାନଶିକ୍ଷକ ଭଗତ ନାଗ, ୟୁପିଏସ ପଙ୍ଗନିଆ ପ୍ରଧାନଶିକ୍ଷକ ତରୁଣ ସିଂ ଦୀପ, ସମାଜସେବୀ ମକୁନ୍ଦ ବଗର୍ତ୍ତୀ, ପୂର୍ବତନ ସରପଞ୍ଚ ନରେନ୍ଦ୍ର ସିଂ ମାଝୀ ଯୋଗଦେଇ ଦେଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସମାଜସେବୀ ତଥା ସାମ୍ବାଦିକ ଗିରିଧାରୀ ସାହୁ, ଏମ୍ଏଲ୍ଏ ହାଇସ୍କୁଲ ଗୁଡିଘାଟ ପ୍ରଧାନଶିକ୍ଷକ କିଶୋର ନାଏକ, ସମାଜସେବୀ ଦେବବ୍ରତ ବିଶି, ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶେଷଦେବ ସା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ । ଶିକ୍ଷକ ଅଶୋକ ଚନ୍ଦ୍ର ସାହୁ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରଜ୍ଞା ପରିଣିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ । ଗୁଡିଘାଟ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରତିଯୋଗୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉତ୍ସବରେ ଉପସ୍ଥିତ ଥିଲେ ।