jayashree

ସୁବର୍ଣ୍ଣପୁରରେ ରାଜ୍ୟ ସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଫୁଟବଲ୍ ଚାମ୍ପିୟନସିପ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଫୁଟବଲ୍ ଚାମ୍ପିୟନସିପ୍ ଆସନ୍ତା ଅକ୍ଟୋବର ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ସୋନପୁରସ୍ଥିତ ଗାନ୍ଧୀ ଷ୍ଟାଡିୟମ୍‌ ଠାରେ ଅନୁଷ୍ଠିତ ହେବ । ଆସନ୍ତାକାଲି ଅକ୍ଟୋବର ୧୩ ତାରିଖ ଅପରାହ୍ନ ୩ଟାରେ ଏହି ଚାମ୍ପିୟନସିପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଭାରତୀୟ ପେସାଦାର ଧାବିକା ତଥା ଅଲିମ୍ପିଆନ୍ ଦୂତୀ ଚାନ୍ଦ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ । ଏଥିରେ ଯୋଗଦେବା ପାଇଁ ସକାଳ ୮ ଟାରେ ଗାନ୍ଧୀ ଷ୍ଟାଡିୟମ୍‌ରେ ରିପୋର୍ଟିଂ କରିବାକୁ ସୂଚନା ଦିଆଯାଇଛି । ଏହି ଚାମ୍ପିୟନସିପ୍‌ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୩୦ଟି ଦଳ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଦଳରେ ୧୬ ଜଣ ଖେଳାଳି, ଜଣେ ପ୍ରଶିକ୍ଷକ ଓ ଜଣେ ମ୍ୟାନେଜରଙ୍କୁ ମିଶାଇ ମୋଟ ୧୮ ଜଣ ସଦସ୍ୟ ରହିବେ । ଏଥିସହିତ ୬୦ ଜଣ ରାଜ୍ୟସ୍ତରୀୟ ଅଧିକାରୀ, ୧୨ ଜଣ କେନ୍ଦ୍ରୀୟ ଅଧିକାରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୨୦୦ ଜଣ ସ୍ଥାନୀୟ ଅଧିକାରୀ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିବେ । ଜିଲ୍ଲା ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ଏହି ଚାମ୍ପିୟନସିପ୍‌ର ଆୟୋଜନ କରାଯାଉଛି । ଘନଶ୍ୟାମ ମେହେର ଆୟୋଜକ ତଥା ସମ୍ପାଦକ-ସଂଯୋଜକ ଭାବେ ଦାୟିତ୍ୱ ତୁଳାଉଥିବା ବେଳେ ଜିଲ୍ଲାପାଳ ଦେବାଶିଷ ସିଂହ ଆୟୋଜକ କମିଟିର ସଭାପତି ଅଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଡି.ଏସ୍‌.ଇ ଯୁଗ୍ମ ନିର୍ଦ୍ଦେଶକ, ଭୁବନେଶ୍ୱର ଜ୍ୟୋତିରଞ୍ଜନ ପଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ମାନ୍ୟବର ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ସାନନ୍ଦ କୁମାର ମେହେର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ପୀୟୂଷ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଅକ୍ଟୋବର ୧୬ ତାରିଖରେ ଉଦ୍‌ଯାପନୀ ଉତ୍ସବ ସହ ଏହି ରାଜ୍ୟସ୍ତରୀୟ ଚାମ୍ପିୟନସିପ୍‌ର ସମାପନ ହେବ । ଏହି ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଉକ୍ତ ଚାମ୍ପିୟନସିପ୍ ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ୱନାଥ ଏବଂ କ୍ରୀଡ଼ା ଶିକ୍ଷକ ସଞ୍ଜୟ କୁମାର ସାହୁ, ଶିକ୍ଷକ ଗତିକୃଷ୍ଣ ମିଶ୍ର ଓ ଅମ୍ବୁଜ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ଟିଟିଲାଗଡ଼ରେ ସଂସ୍କୃତି ଭବନ ପ୍ରତିଷ୍ଠା ଦାବି

Leave A Reply

Your email address will not be published.