jayashree

ବିଟାବନ୍ଧ କ୍ଲଷ୍ଟରସୁରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଟାବନ୍ଧ କ୍ଲଷ୍ଟରସୁରୀୟ ଶିଶୁ ମହୋତ୍ସବ ସୁରଭି–୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଯୋଗିତା ଶବର ସଭାପତିତ୍ୱ ଓ ସହକାରୀ ଶିକ୍ଷକ ଭଗବାନ ତାଣ୍ଡି ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ବାଙ୍କେଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜ୍ୟୋତିରଞ୍ଜନ ଭୋଇ ଓ ମୁଖ୍ୟବକ୍ତା ଭାବେ ମାଲିଶିରା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବାଗ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅମର ସିଂ ଘିଭେଲା, ବିଟାବନ୍ଧ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଅଗସ୍ତି ବାଗ, ସମାଜସେବୀ ଯଦୁ ତାଣ୍ଡି ଓ ଯୁବରାଜ ସାହୁ ଓ ବରିଷ୍ଠ ଶିକ୍ଷକ ପାର୍ଥବ ଭୁକ୍ତା ଯୋଗଦେଇଥିଲେ । ସିଆର୍‌ସିସି ଲକ୍ଷପତି ହରିପାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ମାଲିଶିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ତାଣ୍ଡି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.