ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛ‌ନ୍ତି ଯେ, ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ । ରାଜ୍ୟର ସବୁ ଘରୋଇ ସ୍କୁଲରେ ଏବେ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଏହି ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ଘରୋଇ ସ୍କୁଲରେ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ୨୫ % ସ୍ଥାନ ସଂରକ୍ଷଣ ରହିବ । ଛାତ୍ରଛାତ୍ରୀମାନେ ପଢିବା ପାଇଁ ଅନଲାଇନରେ ଆବେଦନ ବ୍ୟବସ୍ଥା କରାଯାଇଛି । ଅନଲାଇନ ବ୍ୟବସ୍ଥାରେ ଆଡମିଶନ ପାଇଁ ଇଣ୍ଡସ୍ ଆକ୍ସନ ସଂସ୍ଥା ସହିତ ରାଜ୍ୟ ସରକାର ଚୁକ୍ତି କରିଥିବା ନେଇ ସେ କହିଛନ୍ତି । ଆସନ୍ତା ୨୪ ତାରିଖରେ ଏହାର ଶୁଭାରମ୍ଭ ହେବାର କାର୍ୟ୍ୟକ୍ରମ ରହିଛି । ଯାହା ପରେ ୨୫ ତାରିଖରେ ଛାତ୍ରଛାତ୍ରୀମାନେ ଅନଲାଇନ ଆବେଦନ କରିପାରିବେ ।

Leave A Reply

Your email address will not be published.