jayashree

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଡିଆଟନ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁନାଲତା ପଟ୍ଟାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି, ଶିକ୍ଷକ ନରୋତ୍ତମ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ସଭ୍ୟା ଗୀତାଞ୍ଜଳି ଭୋଇ ସ୍ୱାଗତ ଭାଷଣ ଓ କବି ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମାଙ୍କ ଦ୍ୱାରା ସର୍ବପ୍ରଥମେ ଗୁରୁ ପୂଜନ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ. ଯୁଗଳ କିଶୋର ଷଡ଼ଙ୍ଗୀ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ହଳଧର ସାହା, ଆଦର୍ଶ ଶିକ୍ଷକ ଗୋପୀନାଥ ମିଶ୍ରଙ୍କୁ ସ୍ମୃତି ଫଳକ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଓ ନିର୍ଝରିଣୀ କଣ୍ଟାବାଞ୍ଜି ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିରଞ୍ଚି ଖର୍ସେଲ, ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଯୋଗ ଦେଇଥିଲେ ।

Leave A Reply

Your email address will not be published.