
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକର କାନିଜୁରୀ ଗ୍ରାମରେ ଏକ୍ସନ୍ ଏଡ ଲୋକ ବିକାଶ ଅଭିଯାନ ଓ ଜନ ଜାଗରଣ ଶ୍ରମିକ ୟୁନିଅନ ବଲାଙ୍ଗିରର ମିଳିତ ଭାବେ ହାର ସେଫ୍ଟି ମେଟରସ ଅଭିଯାନ ଆୟୋଜିତ ହୋଇଯାଇଛି । ଅଭିଯାନର ଉଦ୍ଦେଶ୍ୟ ଥିଲା ନାରୀ ଓ କନ୍ୟାଙ୍କ ସୁରକ୍ଷା, ସମାନ ଅଧିକାର, କନ୍ୟା ଶିକ୍ଷା ଏବଂ ହିଂସାମୁକ୍ତ ଜୀବନ ସମ୍ପର୍କରେ ସମୁଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଏହି ଅବସରରେ ଏକ ବିଶେଷ ସଚେତନତା ବୈଠକ, ପଦଯାତ୍ରା ଏବଂ କନ୍ୟାଙ୍କ ସୁରକ୍ଷା ପାଇଁ ଶପଥ ଗ୍ରହଣ କରାଯାଇଥିଲା । ଏଥିସହ ଗ୍ରାମରେ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ବୈଠକରେ ନାରୀଙ୍କ ସମାନ ଅଧିକାର, କନ୍ୟା ଶିକ୍ଷା, ହିଂସାମୁକ୍ତ ଜୀବନ, ନାରୀ ଓ କନ୍ୟାଙ୍କ ସୁରକ୍ଷା ଆଦି ବିଷୟରେ ଆଲୋଚନା ହୋଇଥିଲା । ପରିବାର ଓ ସମାଜର ସାମୂହିକ ପ୍ରୟାସ ମାଧ୍ୟମରେ ନାରୀ ଓ କନ୍ୟାଙ୍କ ପାଇଁ ଏକ ସୁରକ୍ଷିତ ଓ ସମାନ ପରିବେଶ ଗଠନ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୪୫ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀ ନାରୀ ଓ କନ୍ୟାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା ପାଇଁ ସାମୂହିକ ଭାବେ ଶପଥ ନେଇଥିଲେ । ଏହି ଅଭିଯାନରେ ଏକ୍ସନ ଏଡ ତରଫରୁ ମୁରଲି ଚରଣ ଦାସ, ପରମେଶ୍ୱର ରଣା ଓ ସଂଜୀବ ରଣା, ସୁଚିସ୍ମିତା ଚନ୍ଦନ ସହଯୋଗ କରିଥିଲେ ।