jayashree

ଟିଟିଲାଗଡ ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

  • ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଅଗଷ୍ଟ ୩୧ ତାରିଖ ଦିନ ସ୍ୱାୟତ୍ତ ଶାସନ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ ସଭାପତିତ୍ୱରେ ଏହି ଦିବସକୁ ପାଳନ କରାଯାଇଛି । ପ୍ରାତଃ ୫ଟା ସମୟରେ ରାମଧୂନ, ସକାଳ ୭.୩୦ରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସ୍ଥାନୀୟ ରାଜ କାନୱାର ପାର୍କ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ସନ୍ଧ୍ୟା ସମୟରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଶିଷ୍ଟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପୂର୍ବତନ ନଗରପାଳ ସନ୍ତୋଷ ପ୍ରଧାନ, ଭବାନୀ ପ୍ରସାଦ ହୋତା, ଶୁଭ୍ରାଂଶୁ ଦାସ, ମୁଖ୍ୟବକ୍ତା ଭାବେ ଡିଏଭି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଛାୟାକାନ୍ତ ଷଡ଼ଙ୍ଗୀ ଏବଂ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ସମସ୍ତ କାଉନସିଲର ମାନେ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ କବି ଟିକେଲାଲ ବେହେରା । ପ୍ରଥମେ ମା’ ଘଣ୍ଟାଶୁଣିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସହରର ବିଭିନ୍ନ ସମାଜ, ଅନୁଷ୍ଠାନ ଓ କ୍ଲବ, କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ, ମାନସି ପାଣିଗ୍ରାହୀ, ଶଙ୍କର ଡାନ ଓ ସହଯୋଗୀଙ୍କ ଦ୍ଵାରା ଅତି ସୁନ୍ଦର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ତହସିଲଦାର ଶଙ୍କର ବାଗ, ଏସିଏସଓ ଶ୍ରୀ ଭୋଇ, ଏସ ଡି ଏମ ଓ ପି କେ ନାଏକ, ଥାନାଧିକାରୀ ମନୋଜ କୁମାର ମୁଣ୍ଡା, ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ସମାଜ କଲ୍ୟାଣ ପରିଷଦର ସଭାପତି ପ୍ରମୋଦ ସରାଫ, ପୂର୍ବତନ ସରପଞ୍ଚ ସଂଘ ସଭାପତି ପ୍ରଦୀପ ସାହୁ, ଗାୟତ୍ରୀ ପରିବାରର ସତ୍ୟ ନାରାୟଣ ଗୁପ୍ତା, ଟିଟିଲାଗଡ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, ଲାୟନ୍ସ କ୍ଲବ ସଭାପତି ମନୀଷ ଗୁପ୍ତା, ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାସ, ମୁସଲିମ ସମାଜର ଶେଖ ସଫିକ ଓ ସଦସ୍ୟ, ଟିଟିଲାଗଡ ଉତ୍କଳ ବଣିକ ସଂଘର ସଭାପତି ରାଜେଶ ପ୍ରଧାନ, ଟିଟିଲାଗଡ ଅଗ୍ରୱାଲ ସଭାର ଅଧ୍ୟକ୍ଷ ପ୍ରକାଶ ଗୋଏଲ, ଟିଟିଲାଗଡ ଜେଶିଆଇ ସିଟିର ସଭାପତି ଶୈଳେଶ ଗୋଏଲ, ପର୍ଶୁରାମ ବ୍ରାହ୍ମଣ ସମାଜର ସଭାପତି ଶଙ୍କର ଶର୍ମା, ଗୋସେବା ଟ୍ରଷ୍ଟର ସଭାପତି ପଙ୍କଜ ପଟ୍ଟନାୟକ ଓ ସମ୍ପାଦକ ଚିତ୍ତ ରଞ୍ଜନ ସାହୁ, ତେଲୁଗୁ ସମାଜର ସଭାପତି ଶ୍ରୀମତୀ ସାରଦା ରାଓ, ମାରୱାଡି ସମ୍ମେଳନର ଅଧ୍ୟକ୍ଷ ବିନୋଦ ମରୋଡିଆ, ଏସସିଡି ସେଣ୍ଟରର ଅବସର ପ୍ରାପ୍ତ ଅଧିକାରୀ ମୋହିତ ମୋହନ୍ ଦାସଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ସମାଜର ସଦସ୍ୟ, ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.