jayashree

ମା’ ଇଲେକ୍ଟ୍ରୋନିକ୍ସର ଲକି ଡ୍ର ଉଠାଣ

  • ରୋୟାଲ ବୁଲେଟ୍ ବାଇକ୍ ଜିତିଲେ ଭରତବାହାଲର ସରୋଜ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡିପଡାସ୍ଥିତ ମା’ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଗତ ଏକ ବର୍ଷ ଧରି ଚାଲିଥିବା ଲକି ଡ୍ର କୁପନର ଭାଗ୍ୟଶାଳୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର କ୍ରୀଡା ସଂସଦର ସମ୍ପାଦକ ହରି ନାରାୟଣ ପୂଜାରୀ ଏବଂ ସହସମ୍ମାନିତ ଅତିଥି ଭାବେ ଶେଖର ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରଯୋଜକ ସୁଜିତ କୁମାର ପଣ୍ଡା ଓ ଅଜୟ ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଲକି ଡ୍ର ଉଠାଣକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଲକି ଡ୍ରର ମୁଖ୍ୟ ଆକର୍ଷଣ ରୋୟାଲ ବୁଲେଟ୍ ବାଇକ୍‌ର ଭାଗ୍ୟଶାଳୀ ବିଜେତା ହୋଇଛନ୍ତି ବଲାଙ୍ଗିର ପୁଇଁତଲା ବ୍ଲକ ଅନ୍ତର୍ଗତ ଭରତବାହାଲ ଗ୍ରାମର ସରୋଜ କୁମାର ପଟେଲ । ବିଜେତାଙ୍କୁ ଅତିଥିମାନେ ଅଭିନନ୍ଦନ ଜଣାଇବା ସହ ମା’ ଇଲେକ୍ଟ୍ରୋନିକ୍ସର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଗ୍ରାହକଙ୍କ ବିଶ୍ୱାସ ଓ ଭଲପାଇବା ହିଁ ଅନୁଷ୍ଠାନର ସଫଳତାର ମୁଖ୍ୟ ଆଧାର ବୋଲି ଏହି ଅବସରରେ କୁହାଯାଇଥିବା ବେଳେ ଆଗାମୀ ଦିନରେ ଏହି ଅନୁଷ୍ଠାନ ତରଫରୁ ଗ୍ରାହକଙ୍କ ଉତ୍ସାହ ଦେଖି ୧୫ ଜଣ ଲକି ବିଜେତାଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରଯୋଜକ ଶ୍ରୀ ପଣ୍ଡା ଓ ଶ୍ରୀ ରଥ ଘୋଷଣା କରିଥିଲେ ।

Leave A Reply

Your email address will not be published.