
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ ସହରରେ ବାଇକ ଚାଳକ ବେପରୁଆ ଗାଡ଼ି ଚାଳନା ଦେଖିବାକୁ ମିଳୁଛି । କିଛି ଦିନ ହେବ ରାତି ସମୟରେ କିଛି ନାବାଳକ ବାଇକ ଧରି ଅତି କ୍ଷୀପ୍ର ବେଗରେ ବାଇକ ଚଲାଉଥିବା ଯୋଗୁଁ ସାଧାରଣ ଯାତ୍ରୀ, ପଥଚାରୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେହିପରି ଆଜି ଅପରାହ୍ନ ପାଖାପାଖି ୧୨.୧୫ ମିନିଟ୍ ସମୟରେ ଏକ ଯୁବକ ଦ୍ରୁତ ଗତିରେ ଆସି ସତିଘାଟ ଅଞ୍ଚଳର ଜଣେ ପରିବାର ଘରକୁ ଫେରୁଥିବା ବେଳେ ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆ ସମ୍ମୁଖରେ ପଛ ପଟୁ ବାଇକକୁ ଧକ୍କା ଦେଇ ଫେରାର ମାରିଥିଲା । ଫଳରେ ଜଣେ ବୃଦ୍ଧ ମହିଳା, ତାଙ୍କ ପୁଅ ଓ ବୋହୂ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ । ତଳେ ପଡ଼ିଯିବା ଫଳରେ ବୃଦ୍ଧ ମହିଳାଙ୍କ ହାତରେ ଏବଂ ମୁଣ୍ଡରେ ଆଘାତ ଲାଗିଛି । ପାଖରେ ଉପସ୍ଥିତ ଥିବା ଲୋକମାନେ ସମସ୍ତଙ୍କୁ ଉଠେଇ ପାଣି ଛିଞ୍ଚିବା ସହ ଚୌକି ଦେଇ ବସାଇବା ସହ ଅଟୋ ଯୋଗେ ଡାକ୍ତରଖାନା ପଠାଇଛନ୍ତି । ବେପରୁଆ ଗାଡ଼ି ଚଲାଉଥିବା ତଥା ଅତ୍ୟଧିକ ଗତିରେ ବାଇକ ଚଲାଉଥିବା ଯୁବକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ହେଉଛି ।