jayashree

ଏନ୍‌ଏଚ୍‌ ୨୬ ଦେଓଗାଁ ତୁଷୁରା ଛକରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ – ବୋରିଗୁମା ଜାତୀୟ ରାଜପଥ ୨୬ ବଲାଙ୍ଗିର ଟିଟିଲାଗଡ ରାସ୍ତା ତୁଷୁରା ଛକରେ ଶନିବାର ସନ୍ଧ୍ୟାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ସତ୍ୱେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ତେବେ ତୁଷୁରା ପଟରୁ ଆସୁଥିବା ଟ୍ରକ ଭବାନୀପାଟଣା ପଟରୁ ଆସୁଥିବା ଟ୍ରକକୁ ଧକ୍କା ଦେଇଥିବା ଜଣାପଡିଛି । ଏନେଇ ଖବର ପାଇବା ପରେ ଦେଓଗାଁ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକଶ ଥାଉ କି, ଟ୍ରକ୍ (ସିଜି୦୪ପିକ୍ୟୁ ୧୪୦୮) ତୁଷୁରାରୁ ରାୟପୁର ଯାଉଥିବା ବେଳେ ଅନ୍ୟ ଏକ ଟ୍ରକ୍ (ଓଡ଼ି୧୫ଏଲ୍ ୨୭୩୭) ବିଶାଖାପାଟଣାରୁ ଆସି ଭବାନୀପାଟଣା ପଟରୁ ବରଗଡ଼ ପଟକୁ ଯାଉଥିବା ବେଳେ ଦୁଇ ଟ୍ରକ ମୁହାଁମୁଁହି ଧକ୍କା ହୋଇଥିଲା ।

Leave A Reply

Your email address will not be published.