
ବଲାଙ୍ଗିର, (କେପିଏନ୍ଏସ୍) : ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପର ଓ କ୍ରୀଡ଼ା ବିଭାଗ ଏବଂ ସ୍ସୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ “ଖେଲ୍ କି ବାତ୍ ମୋଦି କେ ସାଥ୍” ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, କୁଶଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ହେଉଛି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଯୁବପିଢ଼ିଙ୍କ ମଧ୍ୟରେ ବନ୍ଧୁତା, ଆତ୍ମପ୍ରତ୍ୟୟ, ସୁସ୍ଥତା, ଶୃଙ୍ଖଳା ତଥା ଜାତୀୟ ଚେତନାରେ ଉଦ୍ବୁଦ୍ଧ ହେବାକୁ ପରାମର୍ଶ ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖେଲୋ ଇଣ୍ଡିଆର କୋଚ୍ ରଶ୍ମିତା ଖଟୋଇ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଷଡାନନ ରାଉତ୍, ଖେଳ ଶିକ୍ଷକ ରମାକାନ୍ତ ରାଉତ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟ ଅଜିତ୍ କୁମାର ଭୋଇ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ । ଆଶିଷ ସେଠ୍ ଧନ୍ୟବାଦ୍ ଦେଇଥିଲେ । ପ୍ରୋଗ୍ରାମ ଅଫିସର ଡକ୍ଟର ଲକ୍ଷ୍ମଣ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।