
ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ କ୍ରୀଡ଼ାକୁ ଅଗ୍ରାଧିକାର ଭିତ୍ତରେ ଡି.ଏ.ଭି. ପବ୍ଲିକ ସ୍କୁଲ ପକ୍ଷରୁ ‘ମିନି ମାରାଥନ୍’
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡି.ଏ.ଭି. ପବ୍ଲିକ ସ୍କୁଲ ଆନୁକୁଲ୍ୟରେ ଏକ ‘ମିନି ମାରାଥନ୍’ ଦୌଡ଼ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ କ୍ରୀଡ଼ା ମନୋଭାବର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଦୂର୍ଗା ପ୍ରସାଦ ସାହୁ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ସୁଶୀଲ କୁମାର ପ୍ରଧାନ, କୁଠାରି ପ୍ରଧାନ, ଶିବ ପ୍ରସାଦ ସାହୁ, ଭାରତୀ ଅଚାରୀ ଓ ଦୀପାଞ୍ଜଳି ସାହୁ ସବୁଜ ପତାକା ଦେଖାଇ ମାରାଥନ୍ର ଶୁଭାରମ୍ଭ କରିଥିଲେ । ଛତ୍ରପୁର ଜିଲ୍ଲାପାଳଙ୍କ ବାସଭବନରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ ଶ୍ରେଣୀ ୫ରୁ ୮ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତି ଓ ଉତ୍ସାହ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ପ୍ରେରଣା ଯୋଗାଇଥିଲା । ଏହି ଅବସରରେ ସମସ୍ତେ ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନ ପାଇଁ ଶପଥ ନେଇଥିଲେ । ବିଦ୍ୟାଳୟର ଶିକ୍ଷକଙ୍କ ସୁଚାରୁ ପରିଚାଳନା ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା । ଛତ୍ରପୁର ହକି ଷ୍ଟାଡିୟମର ପ୍ରଶିକ୍ଷକ ମନୋଜ କୁମାର ସ୍ୱାଇଁ ଛାତ୍ରଛାତ୍ରୀ ମାନଙ୍କୁ ହକି ଖେଳର ମହତ୍ତ୍ୱ ବିଷୟରେ ଅବଗତ କରାଇବା ସହ ଭବିଷ୍ୟରେ କେମିତି ହକିକୁ ନେଇ ନିଜର ଭବିଷ୍ୟ ଗଢ଼ିପରିବେ ତାହା ବି ଜଣାଇଲେ । ହକି ଲିଜେଣ୍ଡ ସ୍ୱର୍ଗତ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଛତ୍ରପୁର ହକି ଷ୍ଟାଡିୟମ୍ ପ୍ରଦର୍ଶନ କରାଇଥିଲେ । ଏହି ମିନି ମାରାଥନ୍ ଛାତ୍ରଛାତ୍ରୀମାନଙ୍କ ମନରେ ସ୍ୱାସ୍ଥ୍ୟ ସଚେତନତା, ଶୃଙ୍ଖଳା ଓ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଏକ ସଫଳ ପଦକ୍ଷେପ ସାବ୍ୟସ୍ତ ହୋଇଥିଲା ।