jayashree

“ଲୁହ ଓ କୋହ” କବିତା ସଙ୍କଳନ ଲୋକାର୍ପିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଐତିହାସିକ ରାମଗଡ ମାଟି ଗଣ୍ତାବାହାଲି ଗ୍ରାମର ଯୁବକବି ଡିସମ୍ବର ମେହେରଙ୍କ ପ୍ରଥମ କବିତା ସଂକଳନ”ଲୁହ ଓ କୋହ” ଗଙ୍ଗାଧର ସାରସ୍ୱତ ସମିତି ସିନାପାଲି ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସଭାରେ ଲୋକାର୍ପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି  ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ, ମୁଖ୍ୟବକ୍ତା ପଦ୍ମଶ୍ରୀ ମହେନ୍ଦ୍ର କୁମାର‌ ମିଶ୍ର, ସଭା ମୁଖ୍ୟ ବୈଶମ୍ପାୟନ ମେହେର ତଥା ଗଙ୍ଗାଧର ସାରସ୍ୱତ ସମିତି ସଭାପତି ବୈଷ୍ଣବ ମେହେର ଉପସ୍ଥିତ ରହିଥିଲେ ବେଳେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ବରିଷ୍ଠ ସାହିତ୍ୟିକ ଲଲିତ କୁମାର ସୁନାରୀ ପରିଚାଳନା କରିଥିଲେ । ଏହି କବିତା ସଂକଳନରେ ଅନେକ ହୃଦୟସ୍ପର୍ଶୀ କବିତା ରହିଥିବା ସହ ଅନେକ କବିତା ସମାଜ ଉପରେ ଆଧାରିତ ଅଟେ ଯାହା ପଢିଲେ ପାଠକ ଆଖିରୁ ନିଶ୍ଚୟ ଲୁହ ଝରିପଡିବ ଏବଂ ଶିକ୍ଷଣୀୟ ତଥ୍ୟ ମିଳିବ । ସାହିତ୍ୟ ପିପାସୁ ଓ ପାଠକ ମହଳରୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ସହ ଏହି ପୁସ୍ତକ ଅଧିକ ଲୋକପ୍ରିୟ ହେଇପାରିବ ବୋଲି ସାହିତ୍ୟପ୍ରେମୀଙ୍କ ମୁଖରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.