
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମର ପରୋପକାରୀ, ଧର୍ମପରାୟଣ, ମେଳାପୀ ତଥା ଅମାୟୀକ ବ୍ୟକ୍ତିତ୍ୱ ସ୍ୱର୍ଗତ ବାଳକୃଷ୍ଣ ମିଶ୍ରଙ୍କ ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ତାଙ୍କ ପରଲୋକରେ ବେଲବାହାଲି ଗ୍ରାମ ସମେତ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମିଶ୍ର ବଲାଙ୍ଗିର ଜିଲ୍ଲାର ଜଣାଶୁଣା ଚାଷୀନେତା ସାନନ୍ଦ ମିଶ୍ରଙ୍କ ପିତା ଅଟନ୍ତି । ମୃତ୍ୟୁସଜ୍ଜା ନିକଟରେ ତାଙ୍କର ତିନିପୁଅ ଆନନ୍ଦ, ସାନନ୍ଦ, ଅନଙ୍ଗ, ନାତି ପ୍ରଦୀପ, ପ୍ରୟାସ, ପିୟୁଷ, ପ୍ରତୀକ, ନାତୁଣୀ ପାୟଲ, ଝିଅ ଅମୁଲ୍ୟ, ଆନନ୍ଦିନୀ, ଆରତୀ ଓ ଅନୁପମା ସହ ପରିବାର ଆତ୍ମୀୟ ସ୍ୱଜନଙ୍କ ସହ ତାଙ୍କ ଶବାଧାରରେ ବେଲବାହାଲି ଗ୍ରାମ ଏବଂ ଆଖାପାଖ ଅଂଚଳର ଶହସ୍ରାଧିକ ଲୋକ ଉପସ୍ଥିତ ଥିଲେ ।