jayashree

ହାତୀ ଉପଦ୍ରବରେ ଭୟଭୀତ ଗାଁ : ନଷ୍ଟ ହେଉଛି ଚାଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଶିକାଛିଡା ଗ୍ରାମପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବ । ଖଇସବାହାଲି ଓ କନକପୁର ଗାଁରେ ହାତୀଙ୍କ ଚଳପ୍ରଚଳକୁ ନେଇ ଭୟଭୀତ ସ୍ଥାନୀୟ ଲୋକେ । ହାତୀପଲ ଚାଷ ଜମିରେ ପଶି ରୁଆ ଧାନ ସହ ଚାଷକୁ ଦଳି ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି । ହାତୀ ଗାଁ ନିକଟକୁ ଆସି ଚାଷ ଜମିରେ ପଶିଥିଲେ । ଏକର ଏକର ଜମିରେ ଥିବା ରୁଆ ଧାନ ଓ ଅନ୍ୟାନ୍ୟ ଚାଷକୁ ଦଳି ନଷ୍ଟ କରିଛନ୍ତି । ହାତୀଙ୍କ ଚଳପ୍ରଚଳକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବରପାଇ ବଲାଙ୍ଗିର ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଛି । ହାତୀଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.