jayashree

ଗଙ୍ଗାଧର ମେହେରଙ୍କ ସାହିତ୍ୟ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ଦିନ ୨-୩୦ ମିନିଟ୍‌ ସମୟରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ସାହିତ୍ୟ ଉପରେ ଆଲୋଚନା ହୋଇଥିଲା । ଏହି ସଭାରେ ଦୀପ ପ୍ରଜ୍ୱଳନ ସହ ସଭାପତିତ୍ୱ କରିଥିଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁନ୍ଧତୀ ବଢେଇ । ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ, ସମ୍ମାନିତ ଅତିଥୀ ଭାବରେ ଲିଲି ପଟେଲ, ଉପ ସଭାପତି ଅଘରିଆ ସମାଜ ବଲାଙ୍ଗିର ଓ ସମ୍ପାଦିକା ତେଜସ୍ୱିନୀ ଜ୍ଞାନ ପ୍ରଭା । ମୁଖ୍ୟବକ୍ତା ଭାବରେ କବି ବଳିଷ୍ଠ ପଧାନ, ବରେଣ୍ୟ ଅତିଥୀ ଭାବରେ ଗିରିଜା ଶଙ୍କର ରଥ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶା ମଞ୍ଚାସୀନ ଥିଲେ । ରାମଶଙ୍କର ଶତପଥୀ, ଦୟାନିଧି ନାଏକ, ନିକିତା ଶତପଥୀ, ଯଯାତି କେଶରୀ ପ୍ରଧାନ, ବନ୍ଦିତା ତରିଆ, ଗୀତାଞ୍ଜଳୀ ମାଝୀ ତଥା ସ୍କୁଲର ସମସ୍ତ କର୍ମଚାରୀ ବୃନ୍ଦ । ଦୀପ ପ୍ରଜ୍ୱଳନ ମନ୍ତ୍ର ଗାନ କରିଥିଲେ ଶାଶ୍ୱତୀ ପ୍ରିୟ ଦର୍ଶିତା ସାହୁ, ଝସନେତ୍ରୀ ଦାସ, ସଂଗୀତ ପରିବେଷଣ କରିଥିଲେ ପ୍ରିୟାଂଶୀ ଖମାରୀ, ପୁନମ୍ ବରିହା, ସ୍କୁଲର ଛାତ୍ରୀମାନେ ଆଲୋଚନାଚକ୍ରରେ ଭାଗ ନେଇଥିଲେ ସେମାନେ ହେଲେ ଧରିତ୍ରୀ ପାତ୍ର, ସନ୍ଧ୍ୟାରାଣୀ ପଣ୍ଡା, ରାଜଶ୍ରୀ ବାଗ, ଶ୍ଵେତା ହାତୀ, ଖୁସବୀ ନନ୍ଦ, ମନିଷା ବାରିକ, ଲଭଲୀ ଧରୁଆ, ତନୁଶ୍ରୀ ଚନ୍ଦନ, ଲୋପାମୁଦ୍ରା ବାଗ, ଶିଲୀ ସେଠ, ରୋମା ବେହେରା, ସ୍ମୃତି ଶିଖା ଜାଲ, ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଗ, କବିତା ମିଶ୍ର, ଝୁନିତା ଭୋଇ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଳ, ଶେଷରେ ରାମ ଶଙ୍କର ଶତପଥୀ ଏକ ଭାବମୟ ଗୀତ ଗାଇଥିଲେ ‘ନିଶ୍ୱ କରହେ ମୋତେ ବିଶ୍ୱ ବିହାରୀ’ । ଧନ୍ୟବାଦ ଦେଇଥିଲେ ଶିକ୍ଷକ ସତ୍ୟାନନ୍ଦ ପଧାନ ଓ ସଭାପତିଙ୍କ ଆଦେଶ କ୍ରମେ ସଭାସାଙ୍ଗ ଘୋଷଣା କରିଥିଲେ ଶ୍ରୀ ବିଶ୍ଵାଳ ।

Leave A Reply

Your email address will not be published.