jayashree

ଆସନ୍ତା ୧୬ରୁ ସୁବର୍ଣ୍ଣପୁର ସିନିୟର ଫୁଟବଲ୍ ଲିଗ୍ ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଚଳିତ ମାସ ଅଗଷ୍ଟ ୧୬ ତାରିଖରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଗାନ୍ଧି ଷ୍ଟାଡିୟମ୍ ଠାରେ ସୁବର୍ଣ୍ଣପୁର ସିନିୟର ଫୁଟବଲ୍‌ ଲିଗ -୨୦୨୬ ଅନୁଷ୍ଠିତ ହେବ । ଏହି ଅବସରରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଗାନ୍ଧୀ ଷ୍ଟାଡିୟମ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି । ଏହି ଫୁଟବଲ୍‌ ଲିଗ୍‌ ୭ ଗୋଟି ଜୋନରେ ବିଭକ୍ତ କରାଯାଇଛି ଯଥା ସୁବର୍ଣ୍ଣପୁର ପୌରପରିଷଦ ସମେତ ତରଭା ବ୍ଲକ, ସୋନପୁର ବ୍ଲକ, ଉଲୁଣ୍ଡା ବ୍ଲକ୍, ଡୁଙ୍ଗୁରିପାଲି ବ୍ଲକ, ବିନିକା ବ୍ଲକ ଓ ବୀରମହାରାଜପୁର ବ୍ଲକରୁ ଫୁଟବଲ୍ ଦଳ ଏଥିରେ ଅଂଶ ଗ୍ରହଣ କରିବେ । ଜିଲ୍ଲାର ସମୁଦାୟ ୬୫ ଗୋଟି ଦଳ ଅଂଶ ଗ୍ରହଣ କରିବେ ଓ ଏହି ଲିଗର ବିଜେତା, ଉପବିଜେତା ଦଳ ଓ ଟୁର୍ଣ୍ଣାମେଣ୍ଟର ମନୋନୀତ ଖେଳାଳି ଆଗାମୀ ସାହାଣୀ କପ୍ ଫୁଟବଲରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ସଂଘ ସଂପାଦକ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ସଂଘର ଉପଦେଷ୍ଟା ଦିଲ୍ଲୀପ ଗୁରୁ, ଭୁକୁଲୁ ବକ୍ସି, ନନ୍ଦ କିଶୋର ତ୍ରିପାଠୀ, ବଳରାମ ପଟ୍ଟନାୟକ, ରଞ୍ଜୁ ସାହୁ, ରବି ନାରାୟଣ ଦେହୁରୀ, ବୁବୁନ ନାଏକ୍, ରାଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ସଦସ୍ୟ ତଥା ମିଡିଆ କୋଡ଼ିନେଟର ଚନ୍ଦନ ବେହେରା, ସଂଘ ସଦସ୍ୟ କଲିମ ମହମ୍ମଦ, କିରଣ ନାଏକ୍, ଚାହଦ ମହଲଦାର, ଦିଲେଶ୍ୱର ବଘାର, ଭାରତ ମହାନନ୍ଦ, ପୁରନ୍ଦର ନାଏକ, ସନ୍ତୋଷ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ । ବିକାଶ ପଣ୍ତା ସଭା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.