କେଜରିୱାଲ ପରିବାର ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ବଣ୍ଟନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଂସାରୀପଡ଼ାଠାରେ ବିଜୟ କେଜରିୱାଲ (ବିଜୟ ଷ୍ଟୋର), ପ୍ରକାଶ କେଜରିୱାଲ ଓ ତାଙ୍କ ପରିବାର ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ମହାପ୍ରସାଦ ଅନ୍ନଭୋଗ ବଣ୍ଟନ କରାଯାଇଥିଲା । ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରସାଦ ଗ୍ରହଣ କରି ପୁଣ୍ୟଲାଭ କରିଥିଲେ । ପରିବାରର ସଦସ୍ୟ ଓ ଯୁବକମାନେ ସେବାଭାବ ସହିତ ପ୍ରସାଦ ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ । ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ଉତ୍ସାହଜନକ ରହିଥିଲା । ଆୟୋଜକମାନେ କହିଥିଲେ ଯେ, ସମାଜରେ ପ୍ରେମ, ଭାଇଚାରା ଓ ସେବାଭାବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏଭଳି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Leave A Reply

Your email address will not be published.