ଆବୁଧାବିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହୋତ୍ସବ

csstore

ଆବୁଧାବି, (କେପିଏନ୍‌ଏସ୍‌) : ଆବୁଧାବିରେ ବସବାସ କରୁଥିବା ଓଡ଼ିଆ ସମାଜର ଓ ଇସ୍କନର ମିଳିତ ଆୟୋଜନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଥିଲା । ଆବୁଧାବିସ୍ଥିତ ବିଏପିସ ହିନ୍ଦୁ ମନ୍ଦିରରେ ପ୍ରାୟ ୨୫୦୦ରୁ ଅଧିକ ଭକ୍ତମାନେ ଏହି ପବିତ୍ର ଉତ୍ସବରେ ଯୋଗଦେଇ ରଥ ଟାଣିବାର ସୌଭାଗ୍ୟ ଲାଭ କରିଥିଲେ । ଭଜନ, କୀର୍ତ୍ତନ, ପୂଜାର୍ଚ୍ଚନା ଓ ପ୍ରସାଦ ସେବନ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା । ଓଡିଆ ସମାଜ ଆବୁଧାବିର ମହିଳାମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶକୁ ଆହୁରି ମନମୋହକ କରିଥିଲା । ବିଦେଶ ମାଟିରେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟକୁ ଜୀବନ୍ତ ରଖିବାରେ ଏହି ରଥଯାତ୍ରା ଏକ ଅନନ୍ୟ ପ୍ରୟାସ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ଓଡିଆ ସମାଜର ଡକ୍ଟର ଶିବ କୋଟା କାର୍ତ୍ତିକ ସିଂହ, ରବି ଦାସ, ରଣଜିତ ଦାସ, ସତ୍ୟବ୍ରତ ପାତ୍ର, କେଶବ ରାଓ, ସୌଗତ ନାୟକ, ଅରୁଣ କୁମାର ମଲ୍ଲିକ, ସିପ୍ରା ଦାସ, ଅସ୍ମିତା ପଟେଲ, ଅର୍ଚ୍ଚନା ନାୟକ, ମୋନାଲିସା ମଲ୍ଲିକ, ରୀତା ସିଂହ, ଡକ୍ଟର ଗାୟତ୍ରୀ ଏବଂ ଅନେକ ଓଡ଼ିଆ ଭାଇ ଭଉଣୀଙ୍କ ସାହାର୍ଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.