ଯଦି ସତ୍ ସହାସ ଅଛି, ଲକ୍ଷ୍ମୀଯୋର ପ୍ରକଳ୍ପର ତଦନ୍ତ କରାଅ : ନଗର କଂଗ୍ରେସ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ପାଣି ରାଜନିିତି ଜୋର ଧରିଛି । ବନ୍ଧ କଣ୍ଟା ଉନ୍ନତିକରଣ ରେ ଦୁର୍ନିତି ହେଉଥିବା ନେଇ କଂଗ୍ରେସ ଅଭିଯେଗ କରୁଥିବା ବେଳେ ବିଜେଡି ପକ୍ଷରୁ ଲକ୍ଷ୍ମୀ ଯୋର ପ୍ରକଳ୍ପରେ ଦୁର୍ନିତିକୁ ନେଇ ପ୍ରଶ୍ନ କରିଛି । ତେବେ ଯଦି ବିଜେଡିର ସାହାସ ଅଛି ତାହେଲେ ଲକ୍ଷ୍ମୀ ଯୋର ପ୍ରକଳ୍ପର ତଦନ୍ତ କରାଉ ବୋଲି ଆଜି ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ବଲାଙ୍ଗିର ବିଜେଡିକୁ ଚାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ସରକାର ସମୟରେ ଲୋକଙ୍କ ସ୍ୱାର୍ଥ ରକ୍ଷା ଲାଗି ତଥା ସହର ଜଳଧାରଣ କ୍ଷମତା ଓ ସୌନ୍ଦର୍ୟିକରଣ ପାଇଁ ଲକ୍ଷ୍ମୀଯୋର ପ୍ରକଳ୍ପ ହାତକୁ ନିଆଯାଇଥିଲା । ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଏହି କାମକୁ ସମ୍ପୁର୍ଣ୍ଣ ରୂପରେଖ ଦେବା ପାଇଁ ସ୍ଥାନୀୟ ବିଜେଡି ନେତାଙ୍କ ପ୍ରବଳ ବିରୋଧ ସତ୍ୱେ କାମ ଆରମ୍ଭ କରାଇଥିଲେ । ଯେହେତୁ ରାଜ୍ୟରେ ବିଜେଡି ସରକାର ଥିଲା ଏହି କାମକୁ ଅସମ୍ପୁର୍ଣ୍ଣ ଭାବେ ରଖି ଦେବାରେ ସ୍ଥାନୀୟ ବିଜେଡି ନେତାମାନେ ସଫଳ ହୋଇଥିଲେ । ଓଲଟା ଏବେ ତାଙ୍କ ସରକାର ହଟିବାର ଦୁଇ ବର୍ଷ ପରେ ଏଥିରେ ଦୁର୍ନିତିର ମିଥ୍ୟ ଆରୋପ କରୁଛନ୍ତି । ଯଦି ସତ୍ ସାହାସ ଅଛି ଏବଂ ଯଦି ଦୁର୍ନିତି ହୋଇଛି ତେବେ ଏହି ପ୍ରକଳ୍ପ ଏକ ଉଚ୍ଚସ୍ତରୀୟ ତଦନ୍ତ କରାନ୍ତୁ ବୋଲି ଆଜି ନଗର କଂଗ୍ରେସ ସଭାପତି ବୁଲୁ ଦାନି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ସେ ଏଥିରେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଏହି ପ୍ରକଳ୍ପ ଆରମ୍ଭ ସମୟରେ ବିଜେଡି ରାଜପରିବାର ତୃତୀୟ ମହଲା ସମର୍ଥନରେ ସେତେବେଳେ ସମସ୍ତ ଇଞ୍ଜିନିୟରଙ୍କ ବଦଳି କରାଇଦେଇଥିଲେ । ଲୋକ ତଥା ଅଭିଜ୍ଞ ସରକାରୀ ରିପୋର୍ଟ ମତରେ ୫ ବର୍ଷ ତଳେ ହୋଇଥିବା ପ୍ରଳୟଙ୍କାରି ବନ୍ୟା ଲକ୍ଷ୍ମୀଯୋରରେ ତିଆରି ହୋଇଥିବା କଂକ୍ରିଟ ବାଡ ଯୋଗୁଁ ଅନେକ ଧନଜିବନ ଓ କ୍ଷୟକ୍ଷତିକୁ ବଂଚାଇପାରିଥିଲା । ପ୍ରେସ ବିବୃତିରେ ବୁଲୁ ଦାନି ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମହାରାଣୀ ସାଗର ସୌନ୍ଦର୍ୟ୍ୟ କରଣ ପାଇଁ ଆସିଥିବା ଅନୁଦାନ ୨୦ କୋଟି କେଉଁଠି ଖର୍ଚ୍ଚ କରିଛ ବଲାଙ୍ଗିରବାସୀକୁ ଦେଖାଅ ଏବଂ ତା ସହ ବର୍ତ୍ତମାନ ସହରରେ ଚାଲିଥିବା ବନ୍ଧ ପୋଖରୀ ରେ ହେଉଥିବା ନିମ୍ନମାନର କାମର ଏବଂ ମହାରାଣୀ ସାଗର ଦୁର୍ନିତିର ମଧ୍ୟ ଯଦି ଦମ ଅଛି ଅନୁସନ୍ଧାନ କର ବୋଲି ଆହ୍ୱାନ ଜଣାଇଛନ୍ତି ।

Leave A Reply

Your email address will not be published.