ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ

csstore

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ଅଞ୍ଚଳରେ ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଛୁରା ଧରି ଆକ୍ରମଣ କରିବାକୁ ଆସିଥିବା ବ୍ୟକ୍ତି ପାଲଟା ଛୁରାମାଡ଼ରେ ପ୍ରାଣ ହରାଇଥିବା ବେଳେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବେଲପଡାର ସସ୍ମିତା ମେହେରଙ୍କ ସହ ଅନ୍ତର୍ଲା ଗାଁର ମୁନା ବେହେରାଙ୍କର କୁକୁଡ଼ା ଫାର୍ମରେ କାମ କରିବା ସମୟରୁ ଘନିଷ୍ଠତା ବଢ଼ିଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ସସ୍ମିତା ବାପଘରକୁ ଚାଲିଆସିଥିଲେ । କିଛି ଦିନ ପୂର୍ବରୁ ମୁନା ବେହେରା ସହଯୋଗୀଙ୍କ ସହ ଆସି ସସ୍ମିତାଙ୍କ ନାବାଳିକା ଝିଅକୁ ନେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ବେଲପଡା ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଆଜି ମୁନା ବେହେରା ଛୁରୀ ଧରି ସସ୍ମିତାଙ୍କ ଘରକୁ ଯାଇ ଆକ୍ରମଣ କରିଥିଲେ । ଏଥିରେ ସସ୍ମିତା ଓ ତାଙ୍କ ନାବାଳିକା ଝିଅ ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ସେପଟେ ଘଟଣା ସମୟରେ ହୋଇଥିବା ପାଲଟା ଛୁରାମାଡ଼ରେ ମୁନା ବେହେରାଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ବେଲପଡା ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମାମଲା ରୁଜୁ କରି ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଏବେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.