ବୋଲେରୋ ଗଛରେ ପିଟି ହୋଇ ଚାଲିଗଲା ଜୀବନ

csstore

କେସିଙ୍ଗା, (ପ୍ରୀତେଶ ପଟେଲ) : ବୋଲେରୋ ପିକଅପ ଗଛରେ ପିଟିହେଲା । ଚାପି ହୋଇଥିବା ଡ୍ରାଇଭରକୁ ୨ ଘଣ୍ଟା ପରେ କଟରରେ କାଟି ଉଦ୍ଧାର କଳାହାଣ୍ଡି କେସିଙ୍ଗା ଥାନା ଖଜୁରୀ ପଡା ଏନ୍ଏଚ୍ ୨୬ ନିକଟରେ ଏକ ବୋଲେରୋ ପିକଅପ୍‌ ପାହାନ୍ତିଆ ୪ ଟାରେ ଏକ ଗଛରେ ପିଟି ହେବା ପରେ ଡ୍ରାଇଭର ୨ ଘଣ୍ଟା କାଳ ଗାଡି ଭିତରେ ଚାପି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲା । କେସିଙ୍ଗା ଅଗ୍ନିଶମ ବିଭାଗରେ ହାଇଡ୍ରୋଲିକ କଟର ନ ଥିବାରୁ ଭବାନୀପାଟଣାରୁ ଆସିବା ପରେ ପିକଅପ୍‌କୁ କାଟି ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଗୁରୁତର ଆହତ ଡ୍ରାଇଭରକୁ ଭବାନୀପାଟଣା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଡ୍ରାଇଭରଙ୍କ ପରିଚୟ ମିଳି ନଥିବାବେଳେ ଗାଡିଟି ବଲାଙ୍ଗିର ପଟରୁ ଆସୁଥିଲା । ଗତ କିଛିଦିନ ମଧ୍ୟରେ ଏହି ସ୍ଥାନରେ ୪ ଦୁର୍ଘଟଣା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

Leave A Reply

Your email address will not be published.